ଭଦ୍ରକ: ଅଗ୍ନିକାଣ୍ତରେ ଜଳିଗଲା ପାଞ୍ଚ ବଖରା ଘର। ଦେଖୁଦେଖୁ ଆଖି ପିଛୁଳାକେ ସମୂର୍ଣ୍ଣ ଜଳପୋଡି ଧ୍ୱଂସ ହୋଇଗଲା ଦୁଇଟି ଘର। ଏଭଳି ଗୋଟିଏ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ କାଶିମପୁର ଅଞ୍ଚଳରୁ।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ହଠାତ୍ ଘରେ ନିଆଁ ଲାଗିଗଲା। ଏହି ଅଗ୍ନିକାଣ୍ଡରେ ୫ ଵଖରା ଘର ଭସ୍ମୀଭୂତ ହୋଇଗଲା। ଘରର ଆସବାପତ୍ର, ଘର କରଣା ଜିନିଷ ସବୁକିଛି ଜଳିପୋଡି ପାଉଁଶ ହୋଇଗଲା। ଜଳିଯାଇଥିବା ଘର ହେଉଛି ଉକ୍ତ ଗ୍ରାମର ଚିନ୍ତାମଣୀ ମଳିକ ଓ ପରମାନନ୍ଦ ମଳିକଙ୍କର।
ତେବେ, ଦମକଳ ଗାଡି ଆସି ପହଞ୍ଚିଲା ବେଳକୁ ସବୁକିଛି ପୋଡି ପାଉଁଶ ହୋଇଯାଇଥିଲା। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବା ବେଳେ ଦମକଳ ଗାଡି ଆସିବା ପୂର୍ବରୁ ଗାଁ ଲୋକେ ନିଆଁକୁ ଆୟତ୍ତ କରିଥିଲେ। ସ୍ଥାନୀୟ ଲୋକମାନେ ଏହି ପରିବାରକୁ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି।