ଭୁବନେଶ୍ୱର: ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ଇତିହାସ ରଚିଛି । ଆଜି ସକାଳ ୧୦ଟା ୧୮ରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୬୨ ରକେଟ୍ ଅନ୍ୱେଷା ଉତକ୍ଷେପ କରିଛି । ଏହି ମିଶନରେ ମହାକାଶକୁ ଗଲା ଓଡିଶା ନିର୍ମିତ ପ୍ରଥମ ସାଟେଲାଇଟ । ଅନ୍ୱେହା ସହ ମହାକାଶକୁ ଗଲା ଓଡିଶା ନିର୍ମିତ ଉପଗ୍ରହ CGUSAT-1।
ଅନ୍ୱେଷା ସହ ୧୫ ଛୋଟ ସାଟେଲାଇଟ ମଧ୍ୟରେ ରହିଛି CGUSAT-1 । ଭୁବନେଶ୍ୱର ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟି ଦ୍ୱାରା ନିର୍ମିତ CGUSAT-1। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯୋଗାଯୋଗରେ ଏହା ବଡ ମାଧ୍ୟମ ପାଲଟିବ ।
୧୬ଟି ଉପଗ୍ରହକୁ ସୂର୍ଯ୍ୟ-ସମକାଳୀନ ଧ୍ରୁବୀୟ କକ୍ଷପଥରେ ନେଇ ଇସ୍ରୋର ‘ୱାର୍କହର୍ସ’ ବିଶ୍ୱ କ୍ଷୁଦ୍ର-ଉପଗ୍ରହ ଉତ୍କ୍ଷେପଣ ବଜାରରେ ଭାରତର ବଢ଼ୁଥିବା ପ୍ରାଧାନ୍ୟ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ। AyuSat ମିଶନର ଏକ ପ୍ରମୁଖ ଉପାଦାନ ଏବଂ ଚେନ୍ନାଇ-ଭିତ୍ତିକ ଷ୍ଟାର୍ଟଅପ୍ OrbitAid Aerospace ଦ୍ୱାରା ବିକଶିତ କରାଯାଇଥିଲା।
ପୂର୍ବ ନିର୍ଦ୍ଧାରିତ ସମୟ ଦିନ ୧୦ଟା ୧୮ ମିନିଟ୍ରେ ଇସ୍ରୋ ପକ୍ଷରୁ ଉତ୍କ୍ଷେପଣ । ତେବେ ଏହି ଉତ୍କ୍ଷେପଣ ଦ୍ୱାରା ପ୍ରତିରକ୍ଷା କ୍ଷେତ୍ରରେ ଆହୁରି ମଜଭୁତ୍ ହେବ ଭାରତ । ଶତ୍ରୁ ଉପରେ ତୀକ୍ଷଣ ନଜର ରଖିବ 'ଅନ୍ୱେଷା' । ଆହୁରି ବି ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିବ 'ଅନ୍ୱେଷା' । ଖାସ କରି ପାକିସ୍ତାନର ସବୁ ଚାଲ୍କୁ ଭଣ୍ଡୁର କରିବାର କ୍ଷମତା ବି ଅଛି । ସେତିକି ନୁହେଁ ସୀମାରେ ଚୀନ୍ ଚାଲ୍କୁ ମଧ୍ୟ ଧରିବ 'ଅନ୍ୱେଷା' ।