କଟକ : ଜଗତପୁରର ଇମାମ୍ ନଗର ଅଞ୍ଚଳରେ ବୁଲୁଛି କଲରା ପତରିଆ ବାଘ। ବାଘ ବୁଲୁଥିବାର ଭିଡିଓ ସିସିଟିଭିରେ କଏଦ ହୋଇଛି। ବାଘକୁ ଦେଖି ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ। ଖବରପାଇ ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଆଧାରରେ ବାଘର ଗତିବିଧି ଅନୁଧ୍ୟାନ କରୁଛି। ତେବେ ବାଘଟି ଖଟିଆ ଅନ୍ୱେଷଣରେ ସହରକୁ ଚାଲିଆସିଥିବା ଅନୁମାନ କରୁଛି ବନ ବିଭାଗ।
ସୂଚନା ଅନୁସାରେ, ବିଳମ୍ୱିତ ରାତି ପ୍ରାୟ ୧୧ ଟା ସମୟରେ ହଟାତ୍ କୁକୁର ମାନେ ଜୋରରେ ଭୋକିବାକୁ ଲାଗିଥିଲେ। କୁକୁରମାନେ କାହିଁକି ଭୋକୁଛନ୍ତି ଏହା ଦେଖିବା ପାଇଁ ଯେତେବେଳେ ସ୍ଥାନୀୟ ଲୋକେ ଝରକା ଖୋଲି ଦେଖିଥିଲେ। ଏହି ସମୟରେ ସେମାନେ ରାସ୍ତାରେ ଗୋଟିଏ ବାଘ ବୁଲୁଥିବା ଦେଖିବାକୁ ପାଇଥିଲେ। ଏହାପରେ ତୁରନ୍ତ ସମସ୍ତେ ଘର କବାଟ ବନ୍ଦ କରିବା ସହିତ ସକାଳ ପର୍ଯ୍ୟନ୍ତ କେହି ଘର ବାହରକୁ ଆସିନଥିଲେ। ଏହାପରେ ଖବରପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ସ୍ଥାନରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରିଥିଲେ। ବାଘର ସମସ୍ତ ଗତିବିଧି ସିସି କ୍ୟାମେରାରେ କଏଦ ହୋଇଛି। ସିସିଟିଭିକୁ ଆଧାର କରି ବନ ବିଭାଗ ତଦନ୍ତ କରୁଛି।
ଅଧିକ ପଢନ୍ତୁ : ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର