କଟକ: କଟକ ଜିଲ୍ଲା ସାଲେପୁର ଲେଖନପୁର ବାଜରା ନିକଟ ପଟ୍ଟାମୁଣ୍ଡାଇ କେନାଲରେ ଏକ ଅଘଟଣ ଦେଖିବାକୁ ମିଳିଛି । ଘନ କୁହୁଡିରେ ଭାରସାମ୍ୟ ହରାଇ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇ କେନାଲରେ ଓଲଟି ପଡିଛି । ଯାହା ଫଳରେ ଡ୍ରାଇଭର ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ସୂଚନା ଅନୁସାରେ, ଗତକାଲି କାରଟି ବିଳମ୍ବିତ ରାତିରେ ଲଳିତଗିରିରୁ ଭୁବନେଶ୍ୱର ଯାଉଥିଲା । ଏହି ସମୟରେ ଲେଖନପୁର ବାଜରା ନିକଟରେ ଘନ କୁହୁଡିରେ ଭାରସାମ୍ୟ ହରାଇ କାର୍ଟି କେନାଲକୁ ଖସି ପଡିଥିଲା । ଏନେଇ ଖବର ପାଇ ସ୍ତାନୀୟ ଲୋକେ ଡ଼୍ରାଇଭରକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ଏହାସହ ଜପକୁଦ ଫାଣ୍ଡି ଅଧିକାରୀ ଭିଷ୍ମ ଚରଣ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ନେଇ ସୂଚନା ମିଳିଛି ।