ଭୁବନେଶ୍ୱର: ଜାଡ଼ରେ ଥରୁଛି ସମଗ୍ର ଓଡିଶା। ରାଜ୍ୟରେ ଗୋଟିଏ ଦିନ ଶୀତର ପରିମାଣ କମ୍ ଥିବାବେଳେ ଆଜିଠୁ ପୁଣିଥରେ ବଢିବ ସାମାନ୍ୟ ଶୀତ। ଆଗାମୀ ତିନିଦିନରେ ଶୀତର ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବ।
ତେବେ, ରାଜ୍ୟରେ ଶୀତ ସହିତ କିଛି ସ୍ଥାନରେ ତୁଷାରପାତ ହେବାର ମଧ୍ୟ ନଜର ଆସିଛି। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ, କାଞ୍ଜିପାଣି ଘାଟି, ପାଟଣା ବ୍ଲକର କିଛି ଅଞ୍ଚଳରେ ତୁଷାରପାତ ହେବାର ଦେଖିବାକୁ ମିଳିଛି। ରାଜ୍ୟରେ ଏବର୍ଷ ଶୀତ ସବୁ ରେକର୍ଡକୁ ଭାଙ୍ଗିଛି। ୨୨ ବର୍ଷ ପରେ ରାଜଧାନୀର ତାପମାତ୍ରା ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଶେଷ ଥର ପାଇଁ ୨୦୦୪ ମସିହାରେ ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ଅନୁଭୂତ ହୋଇଥିଲା । ଏହା ସହିତ ଗତ ରାତିରେ ଜାନୁଆରୀ ମାସରେ ତୃତୀୟ ସର୍ବନିମ୍ନ ରାତ୍ରି ତାପମାତ୍ରା ୯.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା।