ନୂଆଦିଲ୍ଲୀ: ଆମେରିକା ପାଇଁ ଭାରତ ଯେତେ ମହତ୍ୱପୂର୍ଣ୍ଣ ଆଉ କୌଣସି ଦେଶ ନୁହେଁ । ଭାରତ ବିଶ୍ୱର ସବୁଠାରୁ ବୃହତ ରାଷ୍ଟ୍ର । ସେଥିପାଇଁ ଏହାକୁ ଅନ୍ତିମ ରୂପ ଦେବା ସହଜ କାମ ନୁହେଁ, କିନ୍ତୁ ଆମେ ଏହାକୁ ହାସଲ କରିବାକୁ ଦୃଢ଼ ସଂକଳ୍ପିତ । ସୋମବାର ଭାରତରେ ନିଯୁକ୍ତ ହୋଇଥିବା ଆମେରିକାର ନୂଆ ରାଷ୍ଟ୍ରଦୂତ ସର୍ଜିୟୋ ଗୋର କାର୍ଯ୍ୟଭାର ଗ୍ରହଣ କରିବା ଅବସରରେ ଏଭଳି କହିଛନ୍ତି ।
ସର୍ଜିୟୋ ଗୋର ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ବନ୍ଧକୁ ନେଇ ନୂଆ ଦିଗ ଦେବା ଭଳି ମନ୍ତବ୍ୟ ଦେଇଛନ୍ତି । ରାଷ୍ଟ୍ରପତି ଡୋନାଲ୍ଡ ଖୁବ ଶୀଘ୍ର ଭାରତ ଗସ୍ତରେ ଆସିପାରନ୍ତି । ଦୁଇ ଦେଶର କୂଟନୈତିକ ସମ୍ପର୍କକୁ ନେଇ ସେ କହିଛନ୍ତି ଯେ ଆମେରିକା ଏବଂ ଭାରତ କେବଳ ହିତ ପାଇଁ ଯୋଡ଼ି ହୋଇ ନାହାଁନ୍ତି ବରଂ ତାଙ୍କ ସମ୍ପର୍କ ସର୍ବୋଚ୍ଚ ସ୍ତର ଉପରେ ଆଧାରିତ । ପ୍ରକୃତ ବନ୍ଧୁଙ୍କ ମଧ୍ୟରେ ମତାନ୍ତର ହୁଏ ଏବଂ ପୁଣି ନିଜେ ମତଭେଦକୁ ଠିକ୍ କରି ଦିଅନ୍ତି । ଭାରତର କ୍ଷମତା, ନୂଆ ବିଚାରଧାରା ଏବଂ ଆଧ୍ୟାତ୍ମିକତାକୁ ଖୁବ ପ୍ରଶଂସା କରିଛନ୍ତି ଏବଂ ସମୂର୍ଣ୍ଣ ଦେଶ ଭ୍ରମଣ କରିବାକୁ ଇଚ୍ଛା ପ୍ରକଟ କରିଛନ୍ତି ।
ଗୌର କହିଛନ୍ତି ଯେ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ଚୁକ୍ତିକୁ ଆସନ୍ତାକାଲି ହେବ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଷ୍ଟ୍ରପତି ଟ୍ରମ୍ପଙ୍କର ଜଣେ ଖାସ୍ ବନ୍ଧୁ ବୋଲି କହିଛନ୍ତି ଗୌର । ସେ କହିଛନ୍ତି, "ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ ସାରା ବିଶ୍ୱ ଭ୍ରମଣ କରିଛି ଏବଂ ମୁଁ ନିଶ୍ଚିତ କରିପାରୁଛି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ତାଙ୍କର ପ୍ରକୃତ ବନ୍ଧୁତା ରହିଛି ।"
ଗୌର ଆହୁରି ଘୋଷଣା କରିଛନ୍ତି ଯେ ଆସନ୍ତା ମାସରେ ହେବାକୁ ଥିଲା ପାକ୍ସ ସିଲିକାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଦେଶ ଭାବେ ସାମିଲ ହେବ । ଏହା ଆମେରିକା ନୈତୃତ୍ୱାଧୀନ ଏକ ରଣନୈତିକ ଯୋଜନା, ଯାହାର ଉଦ୍ଦେଶ୍ୟ ହେଉଛି ଖଣିଜ ପଦାର୍ଥ, ସେମିକଣ୍ଡକ୍ଟର, ଏଆଇ ବିକାଶ ଏବଂ ଉନ୍ନତ ମ୍ୟାନୁଫାକ୍ଚରିଂ ପାଇଁ ସୁରକ୍ଷିତ ସିଲିକନ୍ ଚେନ୍ ତିଆରି କରାଯିବ ।
ସର୍ଜିୟୋଙ୍କ ଅନୁସାରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ବ୍ୟତୀତ ସୁରକ୍ଷା, ଆତଙ୍କବାଦ ବିରୋଧ, ଶକ୍ତି ଏବଂ ସ୍ୱାସ୍ଥ୍ୟ ଭଳି ସେକ୍ଟରରେ ସହଯୋଗ ଜାରି ରହିବ ।