ନୂଆଦିଲ୍ଲୀ: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସ୍ଵାସ୍ଥ୍ୟବସ୍ଥା ବିଗିଡ଼ିଛି। ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ଅଧିକାରୀ କହିଛନ୍ତି, ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଗୋଟିଏ ସପ୍ତାହରେ ଦୁଇ ଥର ବେହୋସ ହେବା ପରେ ସୋମବାର ଏମ୍ସରେ ଭର୍ତ୍ତି କରାଯାଇଛି। ଜାନୁଆରୀ ୧୦ରେ ଓ୍ଵାଶରୁମରେ ବେହୋସ ହୋଇ ପଡ଼ିଥିଲେ। ଏହା ପରେ ଡାକ୍ତର ତାଙ୍କୁ ଯାଞ୍ଚ ଓ ଏମଆରଆଇ କରିବାକୁ ପରାମର୍ଶ ଦେଇଛନ୍ତି। ଧନଖଡ଼ ପୂର୍ବେ କଚ୍ଛ, ଉତ୍ତରାଖଣ୍ଡ ଓ କେରଳରେ ସାର୍ବଜନୀନ କାର୍ଯ୍ୟକ୍ରମ ସମୟରେ ଅଚେତ ହୋଇ ପଡ଼ିଥିଲେ।
ଅଧିକାରୀ କହିଛନ୍ତି, ଜାନୁଆରୀ ୧୦ରେ ଯେବେ ଜଗଦୀପ ଧନଖଡ଼ ଶୌଚାଳୟ ଯାଇଥିଲେ। ସେହି ସମୟରେ ସେ ଦୁଇ ଥର ଅଚେତ ହୋଇ ପଡ଼ିଥିଲେ।ଏମିତି ସ୍ଥିତି ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ୭୪ ବର୍ଷୀୟ ଧନଖଡ଼ଙ୍କ ଏମଆରଆଇ ଯାଞ୍ଚ ହେବ।
ଜୈନକ ଅଧିକାରୀ କହିଛନ୍ତି, ଜାନୁଆରୀ ୧୨ ସକାଳେ ଧନଖଡ଼ ଏମ୍ସ ଯାଇଥିଲେ। ତେବେ ହସ୍ପିଟାଲରେ ଭର୍ତ୍ତି ହେବାକୁ ପରାମର୍ଶ ଦେଇଥିଲେ ଡାକ୍ତର। ଧନଖଡ଼ ପୂର୍ବରୁ ମଧ୍ୟ ଅନେକ ଥର ଅଚେତ ହୋଇ ପଡ଼ିଥିଲେ। ସେ କଚ୍ଛର ରଣ, ଉତ୍ତରାଖଣ୍ଡ, କେରଳ ଓ ଦିଲ୍ଲୀରେ ଉପରାଷ୍ଟ୍ରପତି ଭାବେ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ବେହୋସ ହୋଇ ପଡ଼ିଥିଲେ। ଉଲ୍ଲେଖନୀୟ ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ଜଗଦୀପ ଧନଖଡ଼ ଗତ ବର୍ହ ଜୁଲାଇ ୧୨ରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ।
ସେ ପ୍ରଧାନମନ୍ତ୍ରୀ, ମନ୍ତ୍ରିପରିଷଦ ଓ ସଂସଦର ସଦସ୍ୟଙ୍କ ପ୍ରଶଂସା କରି ଏମିତି ଗୃହର ସଦସ୍ୟ ହେବା ନେଇ ନିଜକୁ ସୌଭାଗ୍ୟ ମନେ କରିଥିଲେ। ପୂର୍ବତନ ଉପରାଷ୍ଟ୍ରପତି ହୋଇଥିବାରୁ ଧନଖଡ଼ଙ୍କୁ ମାସିକ ୨ ଲକ୍ଷ ଟଙ୍କାର ପେନସନ ମିଳୁଛି। ଏହା ସହ ଅନ୍ୟ ସରକାରୀ ସୁବିଧା ମଧ୍ୟ ମିଳୁଛି।