ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଲାଞ୍ଜିଆକାଳୀ ମନ୍ଦିର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ହରେକୃଷ୍ଣ ନାମକ ଏକ ଘରୋଇ ବସ୍ ସହ ସ୍କୁଟି ଧକ୍କା ହେବ ଫଳରେ ଦୁର୍ଘଟଣାସ୍ଥଳରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ। ଯାହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି।
ଘଟଣା ମୁତାବିକ, ସ୍କୁଟିଟି ବ୍ରହ୍ମପୁର ଆଡକୁ ଆସୁଥିବା ବେଳେ ଏକ ଯାତ୍ରୀବାହୀ ବସ ସମ୍ମୁଖରୁ ଧକ୍କା ଦେବାରୁ ଘଟଣାସ୍ଥଳରେ ସ୍ବାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟଲୋକ ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କରିଛନ୍ତି। ଘଟଣାସ୍ଥଳରେ ସଦର ଥାନା ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ମୃତଦେହ ଜବତ କରିଛି। ମୃତ ଦମ୍ପତି ଆସିକା ଅଞ୍ଚଳର ବୋଲି ସୂଚନା ମିଳିଛି।
ବସ ଚାଳକ ଅନ୍ୟ ଏକ ଗାଡ଼ିକୁ ଓଭରଟେକ୍ କରିବା ସମୟରେ ଭୁଲ ପାଖକୁ ଯାଇ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ଦମ୍ପତି ସ୍କୁଟିରୁ ଛିଟିକି ରାସ୍ତାରେ ପଡ଼ିଥିଲେ। ଦୁର୍ଘଟଣା ପରେ ଚାଳକ ବସକୁ ଘଟଣା ସ୍ଥଳରେ ଛାଡ଼ି ଫେରାର ହୋଇଯାଇଛନ୍ତି। ଅନ୍ୟପଟେ ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତେଜନା ଦେଖାଦେଇଥିବା ବେଳେ ପରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।
ଅଧିକ ପଢନ୍ତୁ: ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ବାଇକ; ଚାଲିଗଲା ୨ ଭାଇଙ୍କ ଜୀବନ