ଭୁବନେଶ୍ୱର: ଲୋକସେବା ଭବନରେ ସୋମବାର ଶୁଭାରମ୍ଭ ହୋଇଛି ଜାତୀୟ ସଡ଼କ ସୁରକ୍ଷା ମାସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ସାମିଲ୍ ହୋଇ ସିଏମ୍ ମାଝୀ ସଡ଼କ ସୁରକ୍ଷା ସମ୍ମାନର ଶୁଭାରମ୍ଭ କରିଛନ୍ତି। ଏଥିସହ ୧୦ ଜିଲ୍ଲାରେ ମୋଟ୍ ୧୫୬.୫୩ କୋଟି ଟଙ୍କା ବ୍ୟୟରେ ୧୪ଟି ଅଟଳ ବସ୍ଷ୍ଟାଣ୍ଡର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ।
ଆଜିର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଦୁର୍ଘଟଣା ରୋକିବାକୁ ‘4 E’ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ ଦେଇଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ଆଉ ଦୁଇ ‘E’ ଏଥିରେ ଯୋଡିଛନ୍ତି। ଏହି ଦୁଇ ‘E’ ହେଉଛି ଏନ୍ଭାଇରନ୍ମେଣ୍ଟ ଓ ଏନ୍ଗେଜ୍ମେଣ୍ଟ। ଏସବୁକୁ ଆପଣାଇଲେ ୯୫% ଦୁର୍ଘଟଣାକୁ ରୋକାଯାଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ଜାଣନ୍ତୁ ‘4 E’ କ'ଣ
- -ପ୍ରଥମ E - ଏଡୁକେସନ୍ ବା ସଠିକ ସୂଚନା ଓ ସଚେତନତା ସୃଷ୍ଟି
- -ଦ୍ବିତୀୟ E- ଏନଫୋର୍ସମେଣ୍ଟ ବା ଟ୍ରାଫିକ୍ ନିୟମ ଲାଗୁ କରିବା
- -ତୃତୀୟ E- ଇଞ୍ଜିନିୟରିଂ ବା ସୁରକ୍ଷିତ ରାସ୍ତା ଓ ପୋଲ ନିର୍ମାଣ କରିବା
- -ଚତୁର୍ଥ E- ଏମରଜେନ୍ସି ବା ତୁରନ୍ତ ଚିକିତ୍ସା ସେବା ଯୋଗାଇବା
ଏହି ପରିପ୍ରେକ୍ଷୀରେ ୧୪ଟି ଅଟଳ ବସ୍ଷ୍ଟାଣ୍ଡର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ୧୦ଟି ଜିଲାରେ ମୋଟ୍ ୧୫୬.୫୩ କୋଟି ଟଙ୍କା ବ୍ୟୟରେ ବସଷ୍ଟାଣ୍ଡ ନିର୍ମାଣ ହେବ। ଏଥିସହ ଓଏସଆର୍ଟିସିର ୧୦୦ଟି ନୂତନ ବସ୍ର ବି ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ବସ୍ ସେବା ଅଧୀନରେ ବସ୍ ପରିଚାଳନା ମାର୍ଗର ପୁନର୍ବିନାସ ହୋଇଛି। ସେହିପରି ବ୍ରହ୍ମପୁରରେ CRUT ଇ-ବସ୍ ଡିପୋରେ ୨୫ଟି ଇ-ବସ୍ ସେବାର ଶୁଭାରମ୍ଭ ହୋଇଛି।