ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ 'ଜାତୀୟ ଯୁବ ଦିବସ' କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି । ବିବେକାନନ୍ଦଙ୍କ ଆଦର୍ଶରେ ଏପରି ଏକ ଓଡ଼ିଶା ଗଢ଼ିବା ଯେଉଁଠି ପ୍ରତ୍ୟେକ ଯୁବକ ଯୁବତୀ ଆତ୍ମବିଶ୍ୱାସୀ ଏବଂ ସ୍ୱାବଲମ୍ବୀ ହେବେ। ସମର୍ପଣ ଓ କଠିନ ପରିଶ୍ରମ ହିଁ ଏହି ସ୍ୱପ୍ନକୁ ସାକାର କରିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଯୁବପିଢ଼ିଙ୍କୁ ଉଦବୋଧନ ଦେଇ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଉପସ୍ଥିତ ଯୁବ ବର୍ଗଙ୍କୁ କହିଛନ୍ତି, ସ୍ୱାମୀ ବିବେକାନନ୍ଦ କହୁଥିଲେ "ଶକ୍ତି ହିଁ ଜୀବନ" ଏବଂ ଆଜିର ପରିବର୍ତ୍ତିତ ବିଶ୍ୱରେ 'ଦକ୍ଷତା' ହିଁ ସେହି ଅସୀମ ଶକ୍ତି । ତାଙ୍କ ଆଦର୍ଶରେ ଏପରି ଏକ ଓଡ଼ିଶା ଗଢ଼ିବା ଯେଉଁଠି ପ୍ରତ୍ୟେକ ଯୁବକ ଯୁବତୀ ଆତ୍ମବିଶ୍ୱାସୀ ଏବଂ ସ୍ୱାବଲମ୍ବୀ ହେବେ। ସମର୍ପଣ ଓ କଠିନ ପରିଶ୍ରମ ହିଁ ଏହି ସ୍ୱପ୍ନକୁ ସାକାର କରିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଯୁବପିଢ଼ିଙ୍କୁ ଉଦବୋଧନ ଦେଇ କହିଛନ୍ତି । ମୁଖ୍ୟମନ୍ତ୍ରୀ ଜେନ୍-ଜି ଉପରେ ଗୁରୁତ୍ୱାରୋପ କରିଛନ୍ତି । ବିବେକାନନ୍ଦଙ୍କର ଜଣେ ଅନୁଗାମୀଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ବିଶ୍ୱ ଦରବାରରେ ପହଁଚାଇବାକୁ ଚେଷ୍ଟା କରୁଛନ୍ତି । ବିକଶିତ ଭାରତ ମୋଦୀଙ୍କ ସ୍ୱପ୍ନ । ବିକଶିତ ଭାରତ ପାଇଁ ଗରିବ, ଚାଷୀ, ମହିଳା ଓ ଯୁବବର୍ଗଙ୍କ ବିକାଶ ମୋଦୀଙ୍କ ମନ୍ତ୍ର । ଆମ ସରକାର ମଧ୍ୟ ଗରିବ, ଚାଷୀ, ମହିଳା ଓ ଯୁବବର୍ଗଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି । ମୁଖ୍ୟମନ୍ତ୍ରୀ ସଡ଼କ ଦୁର୍ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଯୁବ ବର୍ଗ ନିଜର ଅବହେଳା ପାଇଁ ଦୁର୍ଘଟଣାର ଶୀକାର ହୋଇ ମୃତ୍ୟୁ ବରଣ କରୁଛନ୍ତି । ତେଣୁ ଯୁବ ବର୍ଗଙ୍କୁ ସଚେତନ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଷ୍ଟାର୍ଟ-ଅପ୍ ଠାରୁ ଆରମ୍ଭ କରି ଶିଳ୍ପ ଓ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ, ଆମର ପ୍ରତିଟି ପଦକ୍ଷେପ ଆଜିର ଯୁବବନ୍ଧୁମାନଙ୍କୁ ଦକ୍ଷ ଓ ରୋଜଗାରକ୍ଷମ କରିବା ପାଇଁ ଅଭିପ୍ରେତ । ଶିଳ୍ପ ହେଉ କି ସୂଚନା ପ୍ରଯୁକ୍ତି, ବିଜ୍ଞାନ ହେଉ କି ସାହିତ୍ୟ - ସବୁ କ୍ଷେତ୍ରରେ ଓଡ଼ିଶାକୁ 'ନମ୍ବର ୱାନ' କରିବା ପାଇଁ ଆମେ 'ଉତ୍କର୍ଷ ଓଡ଼ିଶା'ର ପରିକଳ୍ପନା କରିଛୁ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଏକ ଏପରି ଓଡ଼ିଶା ଗଢ଼ିବା ଯେଉଁଠି ପ୍ରତ୍ୟେକ ଯୁବକ ଯୁବତୀ ଆତ୍ମବିଶ୍ୱାସୀ ଏବଂ ସ୍ୱାବଲମ୍ବୀ ହେବେ। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ଗଠନ କରିବା ଆମର ମୁଖ୍ୟ ଲକ୍ଷ୍ୟ। ଆପଣଙ୍କ ସମର୍ପଣ ଓ କଠିନ ପରିଶ୍ରମ ହିଁ ଏହି ସ୍ୱପ୍ନକୁ ସାକାର କରିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ଯୁବବନ୍ଧୁଙ୍କୁ ଜାତୀୟ ଯୁବ ଦିବସର ଶୁଭକାମନା ଜଣାଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଏକାମ୍ର ବିଧାୟକ ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।