ଯାଜପୁର: ଯାଜପୁର ଜିଲ୍ଲା ଦାନଗଦି ଫାଣ୍ଡି ଅଞ୍ଚଳରେ ଜଣେ ସାମ୍ବାଦିକଙ୍କ ଘରୁ ଦିନ ଦ୍ବିପହରରେ ମୋବାଇଲ ଓ ଟଙ୍କା ଲୁଟ୍ ହେଉଛି।
ସୂଚନା ମୁତାବକ ସାମ୍ବାଦିକ ସନ୍ତୋଷ କୁମାର ମଲ୍ଲିକଙ୍କ ଦାନଗଦିସ୍ଥିତ ସୋଲେଇ ଘରୁ ବାରମ୍ବାର ଚୋରି ହେଉଛି। ଗତ ଶନିବାର ଦିନ ଦ୍ବିପହରରେ ଏହି ଚୋରି ହୋଇଥିଲା। ଚୋରି ଘଟଣାକୁ ନେଇକି ଟିଭି ଚ୍ୟନେଲ ’ଅର୍ଗସ’ର ସାମ୍ବାଦିକ ଜଣଙ୍କ ଦାନଗଦି ଫାଣ୍ଡି ଅଧିକାରୀ ଅଜୟ କୁମାର ସାହୁଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ଫୋନ୍ ପରେ ବି ପୋଲିସ ଘଟଣାସ୍ଥଳରେ ପହଁଚି ନଥିଲା। ସେଥିପାଇଁ ସେ ଯାଜପୁର ଏସପିଙ୍କୁ ଫୋନ୍ କରି ଚୋରି ଘଟଣା ସମ୍ପର୍କରେ ଜଣାଇ ଥିଲେ।
ଯାଜପୁରରୋଡ ଥାନା ଅଧିକାରୀ ଉପେନ୍ଦ୍ର ପ୍ରଧାନ ଓ ଦାନଗଦି ଫାଣ୍ଡି ଅଧିକାରୀ ଅଜୟ କୁମାର ସାହୁ ଘଟଣାସ୍ଥଳରେ ପହଁଚି ତଦନ୍ତ କରିଥିଲେ। ହେଲେ ତଦନ୍ତକୁ ନେଇ ତିନି ଦିନ ହେଲାଣି ଚୋରଙ୍କୁ ଧରିବାରେ ପୁଲିସ ବିଫଳ। ଏହି ବିଫଳକୁ ନେଇ ଦାନଗଦିର ଜନସାଧାରଣଙ୍କଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଛି। ପୋଲିସ ଓ ଚୋର ମଧ୍ୟରେ ମଧୁ ଚନ୍ଦ୍ରିକା ରହୁଛି। ସେଥିପାଇଁ ଚୋରଙ୍କୁ ଧରିବାରେ ବିଫଳ ହେଉଛି ପୋଲିସ।
ଯଦି ସାମ୍ବାଦିକ ଘରୁ ଚୋରି ଘଟଣାରେ ପୋଲିସ ଧରିବାରେ ବିଫଳ ତାହେଲେ ସାଧାରଣ ଲୋକମାନଙ୍କ ଘରୁ ଚୋରି ହେଉଛି ପୋଲିସ କେତେ ସୁରକ୍ଷା ଦେଉଛି? ଏଥିରୁ ସ୍ପଟ ଜଣାପଡୁଛି। ଏହି ଚୋରି ସାମ୍ବାଦିକଙ୍କ ଘରୁ ବାରମ୍ବାର ହେଉଛି। ହେଲେ ପୋଲିସ ଚୋରକୁ ଧରିବାର ନାମଗନ୍ଧ ନାହିଁ ଏବଂ ପୁଣି ଦାନଗଦି ଫାଣ୍ଡି ପଛପାଖରେ ସାମ୍ବାଦିକ ଙ୍କର ଘର ସେହି ଘରୁ ତାଲା ଭାଙ୍ଗି ୧୧ ହଜାର ୪ ଶହ ୫୦ ଟଙ୍କା ସହିତ ଦୁଇଟି ମୋବାଇଲ, ଗୋଟିଏ ହାତ ଘଣ୍ଟା, ସହିତ ଦୁଇ ହଳ ନୁଆ ଜିନିଷ୍ ପ୍ୟାଣ୍ଟ୍ ସାଟ, ସହିତ ଏକ ଯୁବକ ଙ୍କର ନୁଆ ଜିନିଷ୍ ସାଟ, ତିନଟି ବଡ ଛୋଟ କରି ଗ୍ୟାସ ସିଲିଣ୍ଡର, ଲୁଟ୍ କରିଥିଲେ।