ଦିନ ଦ୍ୱିପହରରେ ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଟଙ୍କା ଲୁଟ । ବରପାଲି ଉତ୍କଳ ଗ୍ରାମୀଣ ବ୍ୟାଙ୍କ ମଧ୍ୟରେ ବନ୍ଧୁକ ଦେଖାଇ ଦୁଇ ଜଣ ଦୁର୍ବୁତ୍ତ ୯ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି । ଗୁରୁବାର ଅପରାହ୍ନ ୩ଟା ସମୟରେ ଏହି ଘଟଣା ଘଟିଥିଲା ।
ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାସ୍ତାଘାଟ ସୁନସାନ ରହିଥଧିବା ବେଳେ ଏହି ମୌକାର ଫାଇଦା ଉଠାଇଥିଲେ ଡକାୟତ । ଗୁରୁବାର ଅପରାହ୍ନରେ ବ୍ୟାଙ୍କର ଲୁହାସଟର ଖୋଲି ଜଣେ ୩୦ବର୍ଷିୟ ଯୁବକ ଓ ଅନ୍ୟ ଜଣେ ମହିଳା ବେଶରେ ବୁର୍ଖା ପିନ୍ଧି ପ୍ରବେଶ କରିଥିଲେ । ବ୍ୟାଙ୍କ ଭିତରକୁ ପ୍ରବେଶ କରିବା ମାତ୍ରେ ପ୍ରଥମେ ବ୍ୟାଙ୍କର ସଟରକୁ ଭିତର ପଟୁ ବନ୍ଦ କରିଦେଇଥିଲେ । ଏହାପରେ ହାତରେ ଧରିଥିବା ବନ୍ଧୁକ ଓ ମାରାଣାସ୍ତ୍ର ଦେଖାଇ ବ୍ୟାଙ୍କ କର୍ମଚାରୀ ମାନଙ୍କୁ ଭୟଭୀତ କରି କାଉଣ୍ଟରରୁ ନଗଦ ୯ଲକ୍ଷ ୨୬ ହଜାର ଟଙ୍କା ନେଇ ବାଇକରେ ବରଗଡ଼ ପଟକୁ ଫେରାର ମାରିଥିଲେ। ସେମାନେ ସ୍ପଷ୍ଟ ଭାବରେ ସମ୍ବଲପୁରୀ ଭାଷାରେ କଥାବାର୍ତ୍ତା ହେଉଥିବା ବେଳେ ବ୍ୟାଙ୍କ ସିସି କ୍ୟାମରାରେ ଦୁର୍ବୁତ୍ତ ମାନଙ୍କ କାରସାଦି କଏଦ ହୋଇଛି । ଡକାୟତି ସମୟରେ ବ୍ୟାଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ କର୍ମଚାରୀ ବ୍ୟାଙ୍କ ସଟରକୁ ଅଧା ବନ୍ଦ କରି ମାଧ୍ୟାନ ଭୋଜନ କରୁଥିଲେ । ଅନ୍ୟ କର୍ମଚାରୀ ମାନେ ବାହାରକୁ ଯାଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ପଚରା ଉଚରା ଆରମ୍ଭ କରିଥିଲା ।
ଅଧିକ ପଢ଼ନ୍ତୁ : ଶିଳ୍ପପତିଙ୍କ ସନ୍ଦେହଜନକ ମୃତ୍ୟୁ