ଆଜି ଖଣ୍ଡପଡା ଆସନରୁ ଟିକେଟ ଆଶାୟୀ ଥିବା ଅନୁଭବ ପଟ୍ଟନାୟକ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଦଳର ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ଅନୁଭବ ପଟ୍ଟନାୟକ। ବିଜେଡି ଦଳରୁ ଟିକେଟ୍ ପାଇବାରୁ ବଞ୍ଚିତ ହେବା ପରେ ସେ ଏହିପରି ନିଷ୍ପତି ନେଇଛନ୍ତି। ଦୀର୍ଘ ୪୦ ବର୍ଷ ହେଲା ତାଙ୍କ ପରିବାର ଖଣ୍ଡପଡାରେ ଦଳର ସଙ୍ଗଠନକୁ ସୁଦୃଢ କରିବା ସହ ପ୍ରତି ନିର୍ବାଚନରେ ଦଳକୁ ଜିତାଇବା ପାଇଁ ସେ କାମ କରି ଆସିଛନ୍ତି। ହେଲେ ଦଳର ଏହିପରି ମନୋଭାବ ପାଇଁ ସେ ଦଳରୁ ଇସ୍ତଫା ଦେଇଛନ୍ତି।
ସୂଚନା ଅନୁଯାୟୀ, ନିର୍ବାଚନ ପୂର୍ବରୁ ଅନେକ ପ୍ରଭାବଶାଳୀ ନେତା ମାନେ ଟିକେଟ ନ ପାଇବାରୁ ଦଳରୁ ଇସ୍ତଫା ଦେଉଛନ୍ତି। ସେହିପରି ଆଜି ଖଣ୍ଡପଡା ଆସନରୁ ଟିକେଟ ନ ମିଳିବାରୁ ବିଜେଡିରୁ ଇସ୍ତଫା ଦେଇଛନ୍ତି ଅନୁଭବ ପଟ୍ଟନାୟକ। ସେ ନିଜ ଇସ୍ତଫା ପତ୍ରରେ ସେ ଲେଖିଛନ୍ତି ଯେ ଦୀର୍ଘ ୪୦ ବର୍ଷ ହେଲା ଖଣ୍ଡପଡାରେ ଦଳର ସଙ୍ଗଠନକୁ ସୁଦୃଢ କରିବାକୁ ପାଇଁ କାମ କରି ଆସୁଥିଲି। ହେଲେ ଏହାସତ୍ତ୍ୱେ ମଧ୍ୟ ୨୦୧୯ରେ ତାଙ୍କୁ ଟିକେଟ୍ ଦିଆଯାଇନଥିଲା। ହେଲେ ତା ପରେ ବି ସେ ଦଳ ପାଇ ନିଜର କର୍ତ୍ତବ୍ୟ ପାଳନ କରିଆସୁଥିଲେ। ଏପରିକି ଚଳିତ ନିର୍ବାଚନରେ ମଧ୍ୟ ବିଜେଡି ଦଳ ତାଙ୍କୁ ଖଣ୍ଡପଡା ଆସନରୁ ପ୍ରାର୍ଥୀ ଭାବେ ଚୟନ କରିନାହିଁ। ଖଣ୍ଡପଡାରୁ ଦଳୀୟ ପ୍ରାର୍ଥୀ ଭାବେ ଲଢିବାରୁ ତାଙ୍କୁ ବଞ୍ଚିତ କରାଯାଇଛି । ତେଣୁ ଏଥିପାଇଁ ସେ ଦଳରୁ ଦୁରେଇ ଯିବା ପାଇଁ ନିଷ୍ପତି ନେଇଛନ୍ତି।