ବିଜେଡି ପକ୍ଷରୁ ଶେଷ ତିନି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରେଇ, ଖଣ୍ଡପଡ଼ା ଏବଂ ନୀଳଗିରି ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। କୋରେଇରୁ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମା’ ସନ୍ଧ୍ୟାରାଣୀ ଦାସଙ୍କୁ ବିଜେଡି ଟିକେଟ ଦେଇଛି । ତେବେ ପୂର୍ବରୁ ବବିଙ୍କ ମା’ ସନ୍ଧ୍ୟାରାଣୀ ଦାସଙ୍କୁ ବିଜେଡି କୋରେଇରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଥିଲା। ଏହା ଛଡା ପ୍ରଣବ ପ୍ରକାଶ ଦାସଙ୍କ ସାନଭାଇ ଏଠାରୁ ଟିକେଟ ପାଇ ପାରନ୍ତି ବୋଲି ଚର୍ଚ୍ଚା ମଧ୍ୟ ହେଉଥିଲା। କିନ୍ତୁ ସମସ୍ତ ଆକଳନକୁ ଭୁଲ ପ୍ରମାଣ କରି ବିଜେଡି ଏଠାରେ ବଡ଼ ଚାଲ ଖେଳିଛି।
ସେହିଭଳି ନୀଳଗିରି ପାଇଁ ସୁକାନ୍ତ ନାୟକଙ୍କୁ ବିଜେଡି ଟିକେଟ ଦେଇଛି। ନିକଟରେ ସେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ସେହିଭଳି ଖଣ୍ଡପଡା ପାଇଁ ସାବିତ୍ରୀ ପ୍ରଧାନଙ୍କୁ ବିଜେଡି ପ୍ରାର୍ଥୀ କରିଛି।
ଅଧିକ ପଢନ୍ତୁ:-କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନୋମିନେସନ ଭରିଲେ ନବୀନ