ସୋରଡ଼ା ସଭାରେ ଆସୁ ଆସୁ ନବୀନ ସରକାରଙ୍କୁ ଶାହଙ୍କ ଟାର୍ଗେଟ । ଓଡ଼ିଶାରେ ବିଜେପି ସରକାର ଆଣିବାକୁ ନାରା ଦେଲେ । ମୋଦିଜୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରି ଓଡ଼ିଶାର ସମ୍ମାନ ବଢ଼ାଇଛନ୍ତି କହିଲେ । ଜି-୨୦ରେ କୋଣାର୍କ ଚକ୍ରକୁ ସିମ୍ବଲ କରି ବିଶ୍ୱରେ ପ୍ରସିଦ୍ଧ କରାଇଛନ୍ତି ମୋଦି । ପାଇକ ସଂଗ୍ରାମକୁ ସ୍ମୃତିରେ ସ୍ୱତନ୍ତ୍ର ମୁଦ୍ରା, ଡାକ ଟିକଟ କରିଛନ୍ତି ମୋଦି ।
ଏହାସହ ଶାହ ଆହୁରି କହିଛନ୍ତି ଯେ କଂଗ୍ରେସ ରାମ ମନ୍ଦିରକୁ ଅଟକାଇଥିଲା, ମୋଦି ଆସିଲେ ମନ୍ଦିର କଲେ । ନବୀନ ସରକାର ମଧ୍ୟ ଓଡ଼ିଶା ଲୋକଙ୍କୁ ରାମ ମନ୍ଦିର ସମାରୋହରେ ସାମିଲକୁ ରୋକିଲେ । ଯିଏ ରାମଙ୍କ ସମାରୋହ ଯିବାକୁ ରୋକିଲା, ତାକୁ ଓଡ଼ିଶା ଲୋକ କ୍ଷମା ଦେବେନି । ଓଡ଼ିଶା ନକ୍ସଲବାଦରେ ପୀଡ଼ିତ ଥିଲା, ୧୦ ବର୍ଷରେ ମୋଦି ନକ୍ସଲଙ୍କୁ ସଫା କରିଦେଲେ । ମୋଦି ଗରିବଙ୍କୁ ଚାଉଳ ଦେଉଛନ୍ତି, ନବୀନ ସେଥିରେ ନିଜ ଫଟୋ ଛାପୁଛନ୍ତି । ନିଜ ଫଟୋ ଛାପି ନିଜେ ଚାଉଳ ଦେଉଥିବା କହୁଛନ୍ତି ନବୀନ । ନବୀନଙ୍କ ସରକାର ଠେଲା ସରକାର ବୋଲି ଶାହ କହିଛନ୍ତି ।
ଆହୁରି ଟାର୍ଗେଟ କରି କହିଛନ୍ତି ରାଜ୍ୟରେ ନବୀନ ବାବୁ ସରକାର ଚଳାଉଛନ୍ତି କି ? । ଏଠାରେ ବାବୁମାନେ ସରକାର ଚଳାଉଛନ୍ତି । ଯଦି ବାବୁଙ୍କୁ ଶାସନ ଦେବାର ଥିଲା, ଓଡ଼ିଆ ବାବୁଙ୍କୁ ହେଲେ ଦେଇଥାନ୍ତେ । ନବୀନ ୱାନ୍ ନେସନ, ୱାନ୍ ରାସନ କାର୍ଡ କରୁନାହାନ୍ତି । ରାସନ ହଡ଼ପ କରିବା ଲକ୍ଷ୍ୟରେ ତାଙ୍କ ବାବୁମାନେ ଏହା ଲାଗୁ କରୁନାହାନ୍ତି । ବିଜେପି ସରକାର ଆସିଲେ ୱାନ୍ ନେସନ ୱାନ୍ ରାସନ କାର୍ଡ ଲାଗୁ ହେବ ବୋଲି ଶାହ ଘୋଷଣା କରିଛନ୍ତି ।