ପିଇବା ପାଣି ନପାଇ ହନ୍ତସନ୍ତ ହେଉଛନ୍ତି ଗ୍ରାମ ବାସୀ । ଗ୍ରୀଷ୍ମର ପ୍ରକୋପ ଧିରେ ଧିରେ ବଢୁଛି ଆଉ ଏପଟେ ଦେଖାଦେଇଛି ପାଣିର ସମସ୍ୟା । ରାଜ୍ୟ ସରକାରଙ୍କର ବସୁଧା ଯୋଜନା ଠାରୁ ଆରମ୍ଭ କରି ୱାଟର ଅନ ଟ୍ୟାପ ଯୋଜନା କେବଳ ଯୋଜନାରେ ହିଁ ରହିଯାଇଛି । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଘାଟକୁଅଁରୀ ଗ୍ରାମରେ । 80 ପରିବାରକୁ ଦୁଇଟି ମାତ୍ର ନଳକୂପ ରହିଛି । ହେଲେ ସେହି ନଳକୂପରୁ ଖରାଦିନେ ପାଣି ବାହାରେ ନାହିଁ । ଏହି କାରଣରୁ ଗ୍ରାମବାସୀ ହନ୍ତସନ୍ତ । ଆଉ ଗାଁ ଠାରୁ କିଛି ବାଟ ଦୂରରେ ଖୋଲା ଆକାଶ ତଳେ ରହିଛି ଖାଳ କୂଅ l ସେହି ଖାଳ କୂଅର କାଦୁଅ ମିଶା ପାଣିରେ ଗାଁ ଲୋକ ପିଇବା ଠାରୁ ଆରମ୍ଭ କରି ରୋଷେଇ ବାସ ସହିତ ଗୋରୁ, ଗାଈ ମଧ୍ୟ ସେହି ପାଣି ପିଇବାକୁ ବାଧ୍ୟ ହେଉଛନ୍ତି।
ସେପଟେ ରାଜ୍ୟ ସରକାରଙ୍କ ବସୁଧା ଯୋଜନା ପକ୍ଷରୁ ପାନୀୟ ଜଳ ଜଳ ଯୋଗାଇ ଦିଆଯିବା ପାଇଁ ପାଇପ ଲାଇନ ସଂଯୋଗ କେବଳ ନାମକୁ ମାତ୍ର। ବହୁ ବାର ଲିଖିତଭାବେ ଅଧିକାରୀ ଙ୍କୁ ସମସ୍ୟା ଜଣାଇଲେ ମଧ୍ୟ ସମାଧାନ ହେଉନାହିଁ। ମାସେ କି ଦୁଇ ମାସ ନୁହେଁ ଏହି ପାଣି ସମସ୍ୟା ଦୀର୍ଘ ବର୍ଷ ଧରି ଲାଗିରହିଥିବା ବେଳେ ପ୍ରଶାସନ ଚୁପ ରହିଛି। ତେବେ ଦେଖିବାକୁ ବାକି ରହିଲା ଘାଟକୁଆଁରୀ ଗ୍ରାମର ଲୋକମାଲଙ୍କର ପାନୀୟ ଜଣ ସମସ୍ୟ ଆଉ କେତେଦିନ ଧରି ଲାଗିରହୁଛି ।
ଅଧିକା ପଢନ୍ତୁ: ନଦୀ ତୁଠରୁ ଭାସିଗଲା ଝିଅ