ମା' ଆଗରେ ଚାଲିଗଲା ଝିଅର ଜୀବନ । ନଦୀକୁ ଗାଧେଇବାକୁ ଯାଇଥିବା ସମୟରେ ନଦୀ ତୁଠରୁ ଭାସିଗଲା ଝିଅ । ଏପରି ଏକ ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ସ୍ଥିତ ଏକ ଅଞ୍ଚଳର ଘଟିଛି । ସୂଚନା ଅନୁସାରେ, ଗୁରୁବାର ମା' ଝିଅ ନଦୀକୁ ଗାଧେଇବା ପାଇଁ ଯାଇଥିଲେ । ମା' ଝିଅକୁ ନଦୀ ତୁଠରେ ବସାଇ ନଦୀରେ ଗାଧୋଉଥିବା ସମୟରେ ଝିଅ ନଦୀ ତୁଠକୁ ଆସି ନଦୀରେ ଭାସିଯାଇଥିଲା । ଝିଅକୁ ନଦୀରୁ ଉଦ୍ଧାର କରିବା ପାଇଁ ମା' ପାଟି କରିଥିଲେ । ମା' ର ପାଟି ଶୁଣି ସ୍ଥାନୀୟ ଲୋକ ଝିଅକୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚି ଝିଅକୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ତୁରନ୍ତ ଝିଅକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି କହିଥିଲେ । ମୃତ ଝିଅର ପରିଚୟ ମିଳିବା ସହିତ ଝିଅର ବୟସ ପ୍ରାୟ ୫ ବର୍ଷ । ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।