କଟକ ଜିଲ୍ଲା ସାଲେପୁରର ଚିତ୍ରୋତ୍ପଳା ନଦୀରେ ବୁଡି ଚାଲିଗଲା ଛାତ୍ରଙ୍କ ଜୀବନ। ସାଙ୍ଗମାନଙ୍କ ସହ ଗାଧୋଇବା ବେଳେ ଘଟିଛି ଏଭଳି ଅଘଟଣ। ତେବେ ମୃତ ଛାତ୍ର ଜଣଙ୍କ ସ୍ଥାନୀୟ ଅଞ୍ଚଳର ଯୁକ୍ତ ୨ ପଢ଼ୁଥିବା ଛାତ୍ର ବୋଲି ଜଣାପଡିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିଛି। ଏହି ଘଟଣାକୁ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି ।
ସୂଚନା ଅନୁସାରେ , ଛାତ୍ର ଜଣଙ୍କ ନିଜ ସାଙ୍ଗମାନଙ୍କ ସହ ଚିତ୍ରୋତ୍ପଳା ନଦୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ଗାଧେଇବା ବେଳେ ହଠାତ ତାଙ୍କ ଗୋଡ ଖସି ଯିବାରୁ ସେ ନଦୀରେ ବୁଡି ଯାଇଥିଲେ। ସାଙ୍ଗ ମାନେ ଖୁବ ଖୋଜାଖୋଜି କରିବା ପରେ ତାଙ୍କର ଖବର ନ ମିଳିବାରୁ ସାଙ୍ଗମାନେ ଅଗ୍ନିଶମ ବାହନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ମୃତକ ଜଣଙ୍କ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି। ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି।