ମାମୁଁକୁ ହତ୍ୟା କଲା ଭଣଜା 02/05/2024 Share story: ସୁନ୍ଦରଗଡ ଜିଲ୍ଲା କେବଲାଙ୍ଗ ଥାନା ଅନ୍ତର୍ଗତ ଗୈାଡୁଣିପୋଷ ଗାଁ ପତଳା ସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମାମୁଁକୁ ତାର ଭଣଜା ପଥରରେ ଛେଚି ଛେଚି ହତ୍ୟା କରିଛି । ମୃତକ ଜଣଙ୍କ ହେଉଛନ୍ତି କେନାପାଲି ଗାଁର ଶୁବନ କଂଶରିଆ । ତେବେ ହତ୍ୟା ପଛର କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ମାମୁଁକୁ ହତ୍ୟା କରିବା ପରେ ଭଣଜା ଠୁରୁ ଧୀବର ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ଏବଂ ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । sundargarh odisha Henilprava Swain, Author, 02/05/2024