ପୁରୀ : ଆଜି ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କର ସର୍ବସାଧାରଣ ଦର୍ଶନ। ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ପାଇଁ ରାତି ୯ରୁ ୨ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ବନକଲାଗି ନୀତି ଅତ୍ୟନ୍ତ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଚତୁର୍ଦ୍ଧା ମୂରତିଙ୍କ ଦର୍ଶନ ବନ୍ଦ ରହିଥାଏ। ଏହି ନୀତି ପାଇଁ ଜୟ ବିଜୟ ଦ୍ୱାର ବନ୍ଦ ରହିବ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ଏଥିପାଇଁ ଦତ୍ତମହାପାତ୍ର ସେବକ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିଥାନ୍ତି। ତେବେ ବନକଲାଗି ନୀତି ଶେଷ ହେବା ପରେ ଅର୍ଥାତ୍ ରାତି ୨ ଟା ପରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ।
ତେବେ ଆଜି ଜନ୍ମବେଦୀରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆଜି ଭକ୍ତ ମାନେ ଆଡପ ଅବଢ଼ା ପାଇବେ। ସୁଆର ମହାସୁଆର ନିଯୋଗ ପକ୍ଷରୁ ଭକ୍ତଙ୍କ ଲାଗି ଆଡପ ଅବଢ଼ାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ବାରିକେଡ଼ ଦେଇ ଭକ୍ତ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରି ନାକଚଣା ଦ୍ଵାର ପଟେ ପ୍ରସ୍ଥାନ କରିବା ପାଇଁ ନିର୍ଦେଶ ଜାରି ହୋଇଛି।