ଜଙ୍ଗଲରେ ନିଆଁ ଲିଭାଇବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ବ୍ୟପାକ ବ୍ୟବସ୍ଥା କରାଯାଉଛି : ବିକ୍ରମ କେଶରୀ ଆରୁଖ
Khabar Odisha:Proper-action-will-took-for-Jungle-Fire
ଭୁବନେଶ୍ୱର, ମାର୍ଚ୍ଚ 8 (ଖବର ଓଡିଶା) :

ଫେବୃଆରୀ 15 ରୁ ଜୁନ 15 ଯାଏଁ ହେଉଛି ଅଗ୍ନି ଋତୁ ଭାବେ କୁହାଯାଏ । ଏହି ସମୟରେ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥାଏ  । ତାକୁ ଲିଭାଇବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ବ୍ୟପାକ ବ୍ୟବସ୍ଥା ହାତକୁ ନିଆଯାଇଛି । ଜଙ୍ଗଲରେ ନିଆଁ ଲାଗିବା ପ୍ରସଙ୍ଗରେ ଜଙ୍ଗଲ ପରିବେଷ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦିଆଯାଇଛି  ।

ଶିମିଳିପାଳରେ ଏକ ହଜାର ଚାରିସହ ପଏଣ୍ଟରେ ନିଆଁ ଲାଗିଥିଲା   ତାକୁ ଆୟତ୍ତ କରିବା ପାଇଁ 1175 ବ୍ୟକ୍ତିଙ୍କୁ ନିୟୋଜିତ କରାଯାଇଛି । 295 ଟି ଅଗ୍ନି ନିର୍ବାପକ ଯନ୍ତ୍ର ଯୋଗାଇ ଦିଆଯାଇଛି । 3591 କିଲୋମିଟର ଫାଇଲ ଲାଇନ ତିଆରି କରାଯାଇଛି   ସାତ ଅଫିସରଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି  40 ଗାଡିକୁ ନିୟୋଜିତ କରାଯାଇଛି  । ରାଜ୍ୟରେ ଯେଉଁ ନିଆଁ ଲାଗିଛି ତାକୁ ଅନୁଧ୍ୟାନ କରିବା ପାଇଁ ଏକ ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ ଗଠନ କରିଛନ୍ତି  । ପୂର୍ବତନ ପିସିସିଏଫ ଙ୍କ ଅଧ୍ୟକ୍ଷତାରେ 9 ଜଣିଆ ଟାସ୍କ ଫୋର୍ସ ଗଠନ କରାଯାଇଛି । ଅତି ଆଧୁନିକ ପ୍ରକ୍ରିୟାରେ ନିଆଁକୁ କିଭଳି ଲିଭା ଯାଇପାରିବ ଓ ନିଆଁ ଲାଗିବାର କାରଣ ଖୋଜିବେ । ଜୈବ ବିବିଧତା, ଓ ପ୍ରାଣୀଙ୍କ କ୍ଷତି ବିଷୟରେ ଅନୁଧ୍ୟାନ କରି ତା ଉପରେ କାର୍ଯ୍ୟାନୁଷ୍ଠାନ ନେବେ   ଜୀବଜନ୍ତୁଙ୍କର କୌଣସି କ୍ଷତି ହୋଇନାହିଁ, ସମସ୍ତେ ଠିକ ଅଛନ୍ତି  । ସରକାର ସଚେତନ ଅଛନ୍ତି   କାର୍ଯ୍ୟାନୁଷ୍ଠାନ ହାତକୁ ନେଇଛନ୍ତି  

  • Tags:

Subscribe

National International State Sports Entertainment