କେନ୍ଦ୍ରାପଡା: ରାଜ୍ୟ ସରକାରଙ୍କ ୧୦୦ ଦିନ ପୁର୍ତ୍ତୀ ଉପଲକ୍ଷେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ବିକାଶ ମେଳା ଏବଂ ସାଂସ୍କୃତିକ ମହୋତ୍ସବ ଅନୁଷ୍ଠିତ ହେବ। ଆସନ୍ତା ସେପ୍ଟେମ୍ବର ୨୨ ରୁ ୨୪ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରାପଡା ସ୍ଵୟଂ ଶାସିତ ମହାବିଦ୍ୟାଳୟ ପରିସରରେ ହେବାକୁ ଥିବା ଏହି ଉତ୍ସବରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ସାଂସ୍କୃତିକ ମହୋତ୍ସବରେ ପ୍ରାୟ ୩୫ ରୁ ଅଧିକ ଷ୍ଟଲ୍ ଖୋଲାଯିବା ନେଇ କେନ୍ଦ୍ରାପଡା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତେବେ ଏହି ଉତ୍ସବରେ ଆଶାକର୍ମୀ, ସଫଳ କୃଷକ, କ୍ରୀଡାବିତ୍, ପରିବେଶବିତ୍, ଉଦ୍ୟାନ କୃଷକ ପ୍ରଭୃତିଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ।