ପୁଣି ଥରେ ଭାରରେ ବୁହାହେଲେ ଗର୍ଭବତୀ, କୁମ୍ଭକର୍ଣ୍ଣ ନୀଦ୍ରାରେ ପ୍ରଶାସନ
Khabar Odisha:Pregnant-woman-carried-on-cot-in-Baliguda-due-to-lack-of-road-connectivity
ବାଲିଗୁଡା,ଜାନୁଆରୀ ୧୯ (ଖବର ଓଡ଼ିଶା):

ରାଜ୍ୟ ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି ହେଲେ ଯୋଜନା ଲୋକ ମାନଙ୍କ ପାଖରେ ଠିକ ଭାବରେ ପହଁଞ୍ଚୁଛି କି ନାହିଁ ତାକୁ ଦେଖିବା ପାଇଁ କୌଣସି ବି ବ୍ୟବସ୍ଥା କରିନାହାଁନ୍ତି । ରାଜ୍ୟ ସରକାରଙ୍କ 5T ଓ ମୋ ସରକାର ଯୋଜନା କେବଳ ଭୁବନେଶ୍ୱର ଅଞ୍ଚଳରେ ସୀମିତ ରହିଯାଇଛି ବୋଲି ପୁଣି ଥରେ ପ୍ରମାଣିତ ହୋଇଛି କନ୍ଧମାଳ ଜିଲ୍ଲାର ଘଟିଥିବା ଏକ ଘଟଣାରେ ।

ପୁଣିଥରେ ଭାରାରେ ବୁହା ହେଲେ ଗର୍ଭବତୀ ମହିଳା । ବାରମ୍ବାର କନ୍ଧମାଳ ଏହିଭଳି ଘଟଣା ଘଟୁଥିବାବେଳେ ଏହାର ସ୍ଥାୟୀ ସମାଧାନ କରିବା ବଦଳରେ କୁମ୍ଭକର୍ଣ୍ଣ ନୀଦ୍ରାରେ ଶୋଇଛି ଜିଲ୍ଲା ପ୍ରଶାସନ । ଭାରାରେ ଗର୍ଭବତୀ ମହିଳା ବୁହାହେବା ଖବର ଏବେ ଚର୍ଚ୍ଚା ର ବିଷୟ ପାଲଟିଛି । ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲିଗୁଡ଼ା ଉପଖଣ୍ଡ ର କୋରୁକୁଡୁପା ପଞ୍ଚାୟତ ର ସାଣ୍ଡେବଣ୍ଡାଙ୍ଗି ଗ୍ରାମରେ । ଗ୍ରାମର ଆଶିଷ ଦିଗାଲଙ୍କ ସ୍ତ୍ରୀ ଙ୍କୁ ପ୍ରସବ ବେଦନା ହେବାରୁ ଆମ୍ୱୁଲାନ୍ସକୁ ଖବର ଦିଆଯାଇଥିଲା ହେଲେ ରାସ୍ତା ଘାଟ ନଥିବାରୁ ଗାଁ କୁ ଆସିପାରିନଥିଲା ଆମ୍ୱୁଲାନ୍ସ । ବାଧ୍ୟ ହୋଇ ଏକ ଭାର ସାହାଯ୍ୟରେ ପ୍ରସୂତୀଙ୍କୁ ବୁହା ହୋଇ ଅଣା ଯାଇଥିବା ଦେଖିବାକୁ ମିଳିଛି ।

ରାସ୍ତା ଘାଟର ଅବ୍ୟବସ୍ଥା ଯୋଗୁଁ ଗ୍ରାମରେ ଆମ୍ବୁଲାନ୍ସ ନ ପହଞ୍ଚିବା ହେତୁ ଭାର ସାହାଯ୍ୟ ରେ ଅଧା ବାଟ ଆସିବା ପରେ ଏକ ଅଟୋ ସାହାଯ୍ୟ ରେ ମେଡିକାଲ କୁ ଆଣିଛନ୍ତି ପରିବାର ଲୋକେ । ଭଗବାନଙ୍କ ଦୟାରୁ ବର୍ତମାନ ମେଡିକାଲରେ ଏକ ପୁତ୍ର ସନ୍ତାନ ଜନ୍ମ କରିଥିବା ବେଳେ ଏବେ ମା ଓ ଶିଶୁ ଦୁଇଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଜଣାପଡିଛି ।

Subscribe

National International State Sports Entertainment