ବନ୍ଧା ହେଲେ ନକଲି ବୈଜ୍ଞାନିକ ।ବାଲେଶ୍ୱରରେ ନକଲି ବୈଜ୍ଞାନିକଙ୍କୁ ଗିରଫ କରିଛି ସହଦେବଖୁଣ୍ଟା ପୋଲିସ ।ଗିରଫ ନକଲି ବୈଜ୍ଞାନିକ ଜଣକ ହେଉଛନ୍ତି ଶ୍ୟାମସୁନ୍ଦର ରାଠୀ ।
ସୂଚନାମୁତାବକ ,ସେ ବାଲେଶ୍ୱର ଷ୍ଟେସନ କ୍ଲବ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ କରୁଥିବା ବେଳେ ଶ୍ୟାମସୁନ୍ଦରଙ୍କୁ ପୋଲିସ୍ ଅଟକ କରିଥିଲେ । ପୋଲିସ ପଚରାଉଚରା କଲା ବେଳେ ଶ୍ୟାମସୁନ୍ଦର କହିଥିଲେ କି ସେ ଦଶମ ପାସ୍ କରିଛନ୍ତି ହେଲେ ୨୩ବର୍ଷ ହେଲା ଜଳ ଉପରେ ଗବେଷଣା କରୁଛନ୍ତି । ନିଜକୁ ବହୁତ ବଡ଼ ବୈଜ୍ଞାନିକ ବୋଲି କହୁଥିଲେ ଓ ଭାରତୀୟ ଜାତୀୟ ପ୍ରତୀକକୁ ଷ୍ଟାମ୍ପରେ ବ୍ୟବହାର କରି ବିବାଦ ଘେରକୁ ଆସିଥିଲେ ।ଏହାସହ ଭାରତ ସରକାର ତାଙ୍କୁ ୟୁନିଭର୍ସାଲ ଲର୍ଡ ଅଫ୍ ସାଇଂଟିଷ୍ଟର ଆଖ୍ୟା ଦେଇଥିବା ସେ ଦାବି କରିଛନ୍ତି । ହେଲେ ଏସମ୍ପର୍କିତ କୌଣସି ପ୍ରମାଣପତ୍ର ତାଙ୍କ ପାଖରେ ନାହିଁ ।ତେବେ ଶ୍ୟାମସୁନ୍ଦର ମୟୁରଭଞ୍ଜରେ ଏକ ଦୋକାନ କରିଥିବାର ଜଣାପଡ଼ିଛି ।ଘଟଣା ପରେ ପୋଲିସ ଶ୍ୟାମସୁନ୍ଦରଙ୍କୁ ଅଧିକ ପଚରାଉଚରା କରୁଛି ।
ଆଗକୁ ପଢନ୍ତୁ :- ପଥର ତଳେ ଚାପି ହୋଇ ମାମୁଁ ଭଣଜା ମୃତ