ପଥର ବ୍ଲାଷ୍ଟିଂ ବେଳେ ଘଟିଲା ଅଘଟଣ । ପଥର ତଳେ ଚାପି ହୋଇ ମାମୁଁ ଭଣଜା ମୃତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ,ଗଜପତି ଜିଲ୍ଲା ମୋହନା ଥାନା ନିକଟସ୍ଥ ବନ୍ଧାଗୁଡା ଗ୍ରାମରେ । ଏହି ଗ୍ରାମର ୨ ଶ୍ରମିକ ପଥର ତଳେ ଚାପି ହୋଇକି ପ୍ରାଣ ହରାଇଛନ୍ତି ।
ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟାଇଥିବାର ସୂଚନା ମିଳିଥିଲା ।ମୃତ ଶ୍ରମିକ ଦୁଇ ଜଣ ହେଲେ ରମ୍ଭା ଥାନା ଝରଡ଼ି ରାଧାଗୋବିନ୍ଦପୁର ଗାଁର ନାରାୟଣ ନାହକ ଓ ମଧୁରଛୁଆ ଗାଁର ବିଷ୍ନୁ ପ୍ରସାଦ ନାହକ।ସୂଚନା ଅନୁସାରେ, କ୍ରସର ନିକଟରେ ଥିବା ପାହାଡ଼ରେ ବେଆଇନ ଭାବେ ପଥର ବ୍ଲାଷ୍ଟିଂ କରୁଥିବା ବେଳେ ୨ ଜଣ ଚାପି ହୋଇ ମୃତ୍ୟୁବରଣ କରିଥିଲେ । ଘଟଣାସ୍ଥଳରେ ମୋହନା ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିବାର ଚେଷ୍ଟା ଜାରି ରଖିଛନ୍ତି।
ଆଗକୁ ପଢନ୍ତୁ :- ପ୍ରତି ଦିନରେ ୧୦୦୦ରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ