ଏବେ ରାଜ୍ୟରେ ଡେଙ୍ଗୁ ପରିସ୍ଥିତି ଚିନ୍ତା ଘାରିଛି କାହିଁକି ନା ପ୍ରତି ଦିନରେ ୧୦୦୦ରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ଏବେ ୩୦ଟି ଜିଲ୍ଲାକୁ ଡେଙ୍ଗୁ ଛୁଇଁଲାଣି । ଗତବର୍ଷ ତୁଳନାରେ ବର୍ତ୍ତମାନ ଡେଙ୍ଗୁର ପିକ୍ ପିରିୟଡ ଚାଲିଛି ।
ଏହି ପିକ୍ ପିରିୟଡ ଆସନ୍ତା ସେପ୍ଟେମ୍ବର ମାସ ଯାଏଁ ରହିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ଲୋଡ଼ କମାଇବା ପାଇଁ ଏବେ ଅନ୍ୟ ଜାଗାରେ ଡେଙ୍ଗୁ ପରୀକ୍ଷା ହେବ । ଆଗାମୀ ୨ ରୁ ୩ ଦିନ ମଧ୍ୟରେ ଏହା ଆରମ୍ଭ ହେବ ବୋଲି ସୂଚନା ମିଳିଛି । କ୍ୟାପିଟାଲ ହସ୍ପିଟାଲ ଏବଂ ନୟାପଲ୍ଲୀରେ ଏହି ଡେଙ୍ଗୁ ଟେଷ୍ଟ ଉପଲବ୍ଧ ରହିବ ।ଏବେ ଡେଙ୍ଗୁର ଟାଇପ-୨ ଚାଲିଛି , ଲୋକଙ୍କୁ ଆତଙ୍କିତ ନହେବା ପାଇଁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ପ୍ରାୟେ ୭୦ ପ୍ରତିଶତ ନମୂନା ଡେଙ୍ଗୁରୋଗୀ -୨ ଚିହ୍ନଟ ହୋଇଥିବା ନେଇ ଆରଏମଆସି ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି ।
ଆଗକୁ ପଢନ୍ତୁ :- ଡିଏଫ୍ଓ ବିଜୟ କୁମାର ପରିଡ଼ାଙ୍କ ଉପରେ ଭିଜିଲାନ୍ସଙ୍କ ଚଢ଼ାଉ