ଖବର ଓଡିଶାର ପ୍ରଭାବରେ ପାରଳାଖେମୁଣ୍ତି ମୁଖ୍ୟ ଚିକିତ୍ସାଳୟରେ ସାଧାରଣ ରୋଗୀଙ୍କୁ ମିଳିଲା ସୁବିଧା। ନାହିଁ ନଥିବା ଅସୁବିଧାରୁ ଭୋଗୁଥିବା ରୋଗୀଙ୍କୁ ମିଳିଲା ଦୁଃଖରୁ ତ୍ରାହି। ଗତ କିଛି ମାସ ପୂର୍ବେ ରାଜ୍ୟ ସରକାରଙ୍କ ତରଫରୁ ୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇ ହସ୍ପିଟାଲର ମରାମତି ସହ ନୂତନ ଯନ୍ତପାତି ଖଞ୍ଜିବା ବ୍ୟବସ୍ଥା କରିଛନ୍ତି । ହେଲେ ଯେଉଁ ସ୍ଥାନରେ ଅଧିକା ରୋଗୀ ଯାଉଛନ୍ତି ଏବ˚ ରକ୍ତ ପରୀକ୍ଷା ଠାରୁ ଅନ୍ୟାନ ପରୀକ୍ଷା ମାନ କରୁଛନ୍ତି ସେଠାରେ କିନ୍ତୁ ରୋଗୀଙ୍କ ପାଇଁ ସଠିକ ଭାବେ କୌଣସି ବ୍ୟବସ୍ଥା କରାଯାଇନଥିଲା।
ରୋଗୀଙ୍କ ଅସୁବିଧାକୁ ଆଖି ଆଗରେ ରଖି ଖବର ଓଡ଼ିଶାରେ ଖବର ପ୍ରସାରଣ କରାଯାଇଥିଲା । ତେବେ ଏହି ଖବର ପ୍ରସାରଣ ପରେ କତୃପକ୍ଷଙ୍କ ନିଦ ଭାଙ୍ଗିଲା। ବର୍ତମାନ ସମିନିୟ ପରିକ୍ଷା ଗାର ଠାରେ ଚାରୋଟି ଫେନ ଖଞ୍ଜା ହୋଇଛି ଓ ପାନୀୟ ଜଳ ବ୍ୟବସ୍ଥା ମଧ୍ୟ ହୋଇଛି। ବର୍ତମାନ ଆସୁଥିବା ରୋଗୀ କହୁଛନ୍ତି ଯେ ଆଗରୁ ଅଧିକ ଅସୁବିଧାର ସମୁଖୀନ ହେଉଥିଲୁ ହେଲେ ଏବେ ବର୍ତମାନ ଫେନ୍ ଖଞ୍ଜା ହୋଇଛି।