ପାରାଦ୍ଵୀପ: ପାରାଦ୍ଵୀପଗଡ଼ ଗ୍ରାମ ଖେଳ ପଡ଼ିଆରେ ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆର ସିଏସ୍ଆର୍ ବିଭାଗର ଉଦ୍ୟମରେ ବିକଶିତ ମିନି ଷ୍ଟାଡିୟମକୁ ଆଜି ଓଡ଼ିଶା ସରକାରଙ୍କ ମାନ୍ୟବର ରାଜ୍ୟମନ୍ତ୍ରୀ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା (ସ୍ୱାଧୀନ ଦାୟିତ୍ୱ), ତଥା ସ୍ଥାନୀୟ ବିଧାୟକ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି ଅବସରରେ ଏଏମ୍/ଏନ୍ଏସ୍ ଇଣ୍ଡିଆ ଓଡ଼ିଶା ଅପରେସନ୍ସ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ସୁରେଶା ଜି, ନୂଆଗଡ଼ ସରପଞ୍ଚ ଦେବେନ୍ଦ୍ର ରାଉତ, ଭୁତମୁଣ୍ଡାଇ ସରପଞ୍ଚ ରୋହିତ ଜେନା, ଆଇନଜୀବି ସଞ୍ଜୟ କୁମାର ବେହେରା, ଏଏମ୍/ଏନ୍ଏସ୍ ଇଣ୍ଡିଆର ସିଏସ୍ଆର୍ ମୁଖ୍ୟ ଡ. ବିକାଶ ୟାଦଭେନ୍ଦୁ ଉପସ୍ଥିତ ଥିଲେ । ଏହି ପ୍ରକଳ୍ପ ଅଧୀନରେ କମ୍ପାନୀ ସମଗ୍ର ପଡ଼ିଆ ଓ ପିଚ୍ ଅଞ୍ଚଳର ବିକାଶ ସହିତ ଏକ ଦର୍ଶକ ଗ୍ୟାଲେରୀ ଓ ମଞ୍ଚ ନିର୍ମାଣ କରିଛି ।
ଷ୍ଟାଡିୟମ ଉଦଘାଟନ ପୂର୍ବରୁ ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ ଏସ୍ ଇଣ୍ଡିଆ) ପକ୍ଷରୁ ଆୟୋଜିତ ଉଡାନ ଆନ୍ତଃ ଗ୍ରାମୀଣ କ୍ରିକେଟ୍ ପ୍ରିମିୟର ଲିଗ୍ ର ଦ୍ଵିତୀୟ ସଂସ୍କରଣରେ ପାରାଦ୍ଵୀପଗଡ଼ ଟିମ୍ ବିଜେତା ହୋଇଥିଲେ।
ପାରାଦ୍ଵୀପଗଡ଼ ଗ୍ରାମ ଖେଳ ପଡ଼ିଆରେ ୧୨-୧୨ ଓଭର ଫାଇନାଲ ମ୍ୟାଚ୍ ରେ ପାରାଦ୍ଵୀପଗଡ଼ ଟିମ୍ ଭୁତମୁଣ୍ଡାଇ ଟିମ୍ କୁ ୫ ଓ୍ଵିକେଟ୍ ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭୁତମୁଣ୍ଡାଇ ଟିମ୍ ୧୨ଓଭରରେ ୯ ୱିକେଟ୍ ହରାଇ ୧୧୯ ରନ୍ କରିଥିବା ବେଳେ ପାରାଦ୍ଵୀପଗଡ଼ ଟିମ୍ ୧୧ .୩ ଓଭରରେ ୫ ୱିକେଟ୍ର ରେ ୧୨୦ ରନ୍ କରି ବିଜୟୀ ହୋଇଥିଲା ।
ବିଜେତା ପାରାଦ୍ଵୀପଗଡ଼ ଟିମ୍ କୁ ନଗଦ ୨୫ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଉପବିଜେତା .ଭୁତମୁଣ୍ଡାଇ ଦଳକୁ ଟ୍ରଫି ସହ ନଗଦ ୧୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ପାରାଦ୍ଵୀପଗଡ଼ ର ପ୍ରଦ୍ୟୁମ୍ନ ପଲାଇ ବ୍ୟାଟିଂ ରେ ଚମତ୍କାର ପଦର୍ଶନ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ମ୍ୟାନ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଭାବେ ପୁରସ୍କୃତ ହୋଇଥିଲେ।
ମାନ୍ୟବର ରାଜ୍ୟମନ୍ତ୍ରୀ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା (ସ୍ୱାଧୀନ ଦାୟିତ୍ୱ), ତଥା ସ୍ଥାନୀୟ ବିଧାୟକ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
ଏହା ପୂର୍ବରୁ ଡିସେମ୍ବର ୧୯, ୨୦୨୪ରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଭୁତମୁଣ୍ଡାଇ ପିପଳକୁ ପରାସ୍ତ କରିଥିବା ବେଳେ ପାରାଦ୍ଵୀପଗଡ଼ ହାଣ୍ଡିଆକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା।
ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ଏହାର ସିଏସ୍ଆର୍ ଉଦ୍ୟମ “ଉଡାନ” ଅଧୀନରେ ଜଗତସିଂହପୁର ଜିଲ୍ଲା ପାରାଦ୍ଵୀପଗଡ଼ଠାରେ ଦିବାରାତ୍ର ଆନ୍ତଃ ଗ୍ରାମୀଣ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିଲା। ଏହି ପ୍ରତିଯୋଗିତାରେ ନୂଆଗଡ଼, ବାଲଡିଆ , ହାଣ୍ଡିଆ, ମୁଷାଡିଆ, ସିଙ୍ଗିତାଲି, ପାରାଦ୍ଵୀପଗଡ଼, ଚକ୍ରଧରପୁର, ଭୁତମୁଣ୍ଡାଇ, ପିପଳ ଓ ଫୁଲବେଲାରି ସମେତ ୧୦ଟି ଗ୍ରାମର ୧୦ଟି ଦଳ ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ ଓଡ଼ିଶା ସରକାରଙ୍କ ମାନ୍ୟବର ରାଜ୍ୟମନ୍ତ୍ରୀ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା (ସ୍ୱାଧୀନ ଦାୟିତ୍ୱ), ତଥା ସ୍ଥାନୀୟ ବିଧାୟକ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଖେଳ ପଡ଼ିଆର ବିକାଶ ଓ ଦର୍ଶକ ଗ୍ୟାଲେରି ନିର୍ମାଣ କ୍ଷେତ୍ରରେ ଏଏମ୍/ଏନ୍ଏସ୍ ଇଣ୍ଡିଆର ଉଦ୍ୟମକୁ ପ୍ରଶଂସା କରିଥିଲେ। ଏହି ପଦକ୍ଷେପ ସ୍ଥାନୀୟ ଯୁବକମାନଙ୍କୁ ସେମାନଙ୍କ କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ ପାଇଁ ଏକ ମଞ୍ଚ ପ୍ରଦାନ କରିବ ବୋଲି ସେ କହିଥିଲେ । କ୍ରିକେଟ ଟୁର୍ଣ୍ଣାମେଣ୍ଟର ବିଜେତାଙ୍କୁ ଅଭିନନ୍ଦନ ଜଣାଇବା ସହ ସ୍ଥାନୀୟ ଯୁବଗୋଷ୍ଠୀ ଏହି ସୁଯୋଗର ଭରପୂର ଫାଇଦା ଉଠାଇ ନିଜ କ୍ରୀଡ଼ା ଦକ୍ଷତାକୁ ଆହୁରି ବିକଶିତ କରିବାକୁ ସେ ମତ ପ୍ରକାଶ କରିଥିଲେ ।
ଏହି ଅବସରରେ ଏଏମ୍/ଏନ୍ଏସ୍ ଇଣ୍ଡିଆର ଓଡ଼ିଶା ଅପରେସନ୍ସ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ସୁରେଶା ଜି କହିଥିଲେ ଯେ , କ୍ରିଡା ର ବିକାଶ ମାଧ୍ୟମରେ ଯୁବବର୍ଗ ଙ୍କ ମଧ୍ୟରେ ସକାରାତ୍ମକ ପରିବର୍ତନ ଅଣାଯାଇ ସେମାଙ୍କର ଆତ୍ମବିଶ୍ଵାସ ବୃଦ୍ଧି କରାଯାଇପାରିବ । ଏଏମ୍/ଏନ୍ଏସ୍ ଇଣ୍ଡିଆ ରେ କ୍ରିଡା ର ଏକ ବିଶେଷ ଗୁରୁତ୍ଵ ରହିଛି ଓ ଆମେ ଏଭଳି ପଦକ୍ଷେପ ମାଧ୍ୟମରେ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ପ୍ରତିବଦ୍ଧ ଅଛୁ ।
ଏଏମ୍/ଏନ୍ଏସ୍ ଇଣ୍ଡିଆ ଏହାର ସିଏସ୍ଆର୍ ପଦକ୍ଷେପ “ଉଡାନ” ଅଧୀନରେ କ୍ରିଡା ଭିତ୍ତିଭୂମି ର ବିକାଶ ଓ ସ୍ଥାନୀୟ କ୍ରିଡା ପ୍ରତିଯୋଗିତା କୁ ସହାୟତା ଦେବା ଉପରେ ଗୁରୁତ୍ଵ ଦେଉଛି ।