ଖୋର୍ଦ୍ଧା ଜିଲ୍ଲା ମହତପଲା ଗ୍ରାମରେ ଏକ ଅଘଟଣ ଘଟିଯାଇଛି । ହାତୀ ଆକ୍ରମଣରେ ପୁଅର ମୃତ ହୋଇଥିବା ବେଳେ ମା ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ମାଙ୍କୁ ପ୍ରଥମେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ପରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ, ଆଜି ସକାଳେ ମା ଓ ପୁଅ ଉଭୟ ଶୈାଚ ପାଇଁ ଯାଇଥିବା ବେଳେ ହାତୀ ସେମାନଙ୍କୁ ଆକ୍ରମଣ କରିଥିଲା । ଫଳରେ ଗାଁଲୋକେ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ପୁଅକୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ପୁଅର ମୃତ୍ୟୁ ହୋଇଥିବା ବେଳେ ମା ଗୁରୁତର ଆହତ ହୋଇଥିଲେ ।
ତେବେ କିଛିଦିନ ହେବ ହାତୀ ପଲ ଏହି ଅଞ୍ଚଳରେ ଉତ୍ପାତ କରୁଥିବା ବେଳେ ଗାଁରେ ପଶି ଭଙ୍ଗାରୁଜା କରିବା ସହ ଫସଲ ଖାଇ ଯାଉଥିବା ଗାଁଲୋକେ ଅଭିଯୋଗ କରିଛନ୍ତି । ଏନେଇ ଖବର ପାଇ ବନବିଭାଗ ଘଟଣା ସ୍ଥଳରେ ପହଂଚିବା ସହିତ ତୁରନ୍ତ ହାତୀପଲଙ୍କୁ ଘଉଡାଇବାକୁ ପାଇଁ ଗ୍ରାମବାସୀମାନେ ବନବିଭାଗ ନିକଟରେ ଦାବି କରିଛନ୍ତି ।