କୋଲକାତା: ବହୁଚର୍ଚ୍ଚିତ କଲିକତା ଆରଜି କର ମେଡିକାଲର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆଉ କିଛି ସମୟରେ ପରେ ଆସିବ ରାୟ । ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସଞ୍ଜୟ ରାୟଙ୍କୁ କଣ ମିଳିବ ସଜ୍ଜା, ତାହାକୁ ଅପେକ୍ଷା କରି ରହିଛି ସାରା ଦେଶ । ଆଉ କିଛି ସମୟ ପରେ କୋଲକତାର ସିଆଲଦା କୋର୍ଟ ସଞ୍ଜୟ ରାୟଙ୍କୁ ଆଜୀବନ ସଜା ଦେବ ନା ଫାଶୀ ଶୁଣାଇବ ତା ଉପରେ ରହିଛି ସମସ୍ତଙ୍କର ନଜର ।
ସୂଚନା ମୁତାବିକ, ୯ ଅଗଷ୍ଟ ୨୦୨୪ ସକାଳେ ଉତ୍ତର କୋଲକାତାର ସରକାରୀ ମେଡିକାଲ କଲେଜ ଆର୍.ଜି କରରେ ଜଣେ ପ୍ରଶିକ୍ଷିତ ମହିଳା ଡାକ୍ତରଙ୍କ ମୃତଦେହ ମିଳିଥିଲା । ତାଙ୍କ ଶରୀରରେ ଅନେକ ଆଘାତ ଚିହ୍ନ ରହିଥିଲା। ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିଲା ଅଭିଯୁକ୍ତ ସଞ୍ଜୟ ।
ଡାକ୍ତରୀ ମହିଳା ଜଣକ ଘଟଣାଦିନ ହସ୍ପିଟାଲର ସେମିନାର ରୁମକୁ ଯାଇ ସେଠାରେ ବିଶ୍ରାମ ନେଉଥିବା ବେଳେ ଏଭଳି କାଣ୍ଡ କରିଥିଲା ସେହି କଲେଜରେ ସିକ୍ୟୁରିଟି ଭାବେ କାର୍ଯ୍ୟରତ ଥିବା ସଞ୍ଜୟ ରାୟ । ଏପରିକି ସେ ପୋଲିସ ମିତ୍ର ଭାବେ ଦିଲ୍ଲୀ ପୋଲିସକୁ ସାହାଯ୍ୟ କରୁଥିଲା। ଘଟଣା ସାମ୍ନାକୁ ଆସିବା ପରେ ଯଦିଓ ଅଭିଯୁକ୍ତକୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା କିନ୍ତୁ ପ୍ରତିବାଦ ଜୋରଦାର ହେଉଥିଲା ।