ଉମରକୋଟ: ଭାଲୁ ଆକ୍ରମଣରେ ବାପ ଓ ପୁଅ ମୃତ ହୋଇଥିବାବେଳେ ଫରେଷ୍ଟ ଗାର୍ଡ ଗୁରୁତର ହୋଇଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଉମରକୋଟ ଅଞ୍ଚଳ କାଙ୍କେର ଜିଲ୍ଲା ଡଙ୍ଗରକଟା ଗାଁ ଜେଲାନକାସା ଜଙ୍ଗଲରେ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି ।
ସୂଚନା ଅନୁସାରେ, ବାପ ଓ ପୁଅ ଜେଲାନକାସା ଜଙ୍ଗଲକୁ କାଠ ପାଇଁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଜଣେ ବନ କର୍ମଚାରୀ ଯାଇଥିବାବେଳେ ସେ ମଧ୍ୟ ଭାଲୁ ଆକ୍ରମଣର ଶିକାର ହୋଇ ଲହୁଲୁହାଣ ହୋଇ ଗୁରୁତର ହୋଇଛନ୍ତି । ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି କରିଛି । ବାପ ଓ ପୁଅ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।