ଓଡ଼ିଶାରେ ଅଛି ମୂଲ୍ଯବାନ ଲିଥିୟମ ଭଳି କ୍ରିଟିକାଲ ମିନେରାଲ। ନୟାଗଡ଼ ଜିଲ୍ଲାର ମାଟି ତଳେ ଲିଥିୟମ ଥିବା ନେଇ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆକୁ ସଙ୍କେତ ମିଳିଛି ବୋଲି ସୂଚନା ରହିଛି ।
ଓଡିଶାର ମାଟି ତଳେ ରହିଥିବା ମୂଲ୍ଯବାନ ପ୍ରାକୃତିକ ସମ୍ପଦ ଖୋଜିବା ପାଇଁ ବ୍ୟବହାର ହେଉଛି ନୂଆ ଟେକ୍ନୋଲୋଜି। ଏଆଇ କହିବ କେଉଁଠି ଅଛି କେଉଁ ଖଣି । ଡ୍ରୋନ୍ ମାଧ୍ୟମରେ ହେବ ଖଣିଜ ପଦାର୍ଥ ଖୋଜା। ମୟୂରଭଞ୍ଜ ଜିଲ୍ଲାରେ ମଧ୍ଯ ଆରମ୍ଭ ହୋଇଛି ପାଇଲଟ୍ ପ୍ରକଳ୍ପ । କନ୍ଧମାଳ, ମାଲକାନଗିରି ଭଳି ଜିଲ୍ଲାରେ ଦୀର୍ଘ ବର୍ଷ ଧରି ବନ୍ଦ ଥିବା ଖଣିଜ ସର୍ଭେ ଜୋର୍ ଧରିବ ।
ତେବେ ଆସନ୍ତାକାଲି କୋଣାର୍କରେ ହେବାକୁ ଥିବା ଦୁଇ ଦିନିଆ ଖଣି ମନ୍ତ୍ରୀ ସମ୍ମିଳନୀ ପୂର୍ବରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଜିଏସଆଇର ବୋର୍ଡ ବୈଠକ । ସବୁ ରାଜ୍ୟର ଖଣି, ଜିଏସଆଇ ଅଧିକାରୀ ମାନେ ଏଠାରେ ଉପସ୍ଥିତ ରହିବେ । ପ୍ରାୟ ୫୦ ଭାଗ ଖଣିଜ ସମ୍ପଦ ଯୋଗାଇ ଦେଉଥିବା ଖଣି ରାଜଧାନୀ ଓଡ଼ିଶାରେ ଏହି ବୈଠକ ଅନେକ ଗୁରୁତ୍ବ ବହନ କରୁଛି ବୋଲି କେନ୍ଦ୍ର ଖଣି ସଚିବ ଏଲ୍ କାନ୍ତା ରାଓ କହିଛନ୍ତି ।