ଭୁବନେଶ୍ୱର: ଖଣ୍ଡଗିରି ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଏହାରି ମଧ୍ୟରେ ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବନ୍ଦ ପାଇଁ ରୋକ ଲଗାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପାଇଁ ବନ୍ଦ ହେବା ପାଇଁ ଖୁବ ଶୀଘ୍ର ଜାରି ହେବ ମାର୍ଗଦର୍ଶିକା । ଏନେଇ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବନ୍ଦ ପାଇଁ ଯାତ୍ରା କମିଟି, କଳାକାର ଏବଂ ମାଲିକଙ୍କ ସହ ଆଲୋଚନା କରାଯାଇଛି ।
ଯାତ୍ରା ପାଇଁ କଠୋର ଆଇନ ତୁରନ୍ତ ନ ଲାଗୁ କରିବା ପାଇଁ ଯାତ୍ରା ମାଲିକ ଅନୁରୋଧ କରିଛନ୍ତି । ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ବନ୍ଦ କରିବା ପାଇଁ ଖଣ୍ଡଗିରି ଯାତ୍ରା କମିଟି ଓ କମିଶନରେଟ ପୋଲିସ ମଧ୍ୟରେ ଏକ ବୈଠକ ହୋଇଥିଲା। ଖଣ୍ଡଗିରି ଯାତ୍ରାକୁ ଦେଖିବା ପାଇଁ ବିଭିନ୍ନ ସ୍ଥାନରୁ ଲୋକମାନେ ଆସିଥାନ୍ତି । ଯଦି ଏହି ଯାତ୍ରାରେ ଅଶ୍ଲୀଳତା ବୃଦ୍ଧି ପାଇବ ତେବେ ଆମ ସମାଜ ଉପରେ ଏହାର ପ୍ରଭାବ କଣ ପଡିବ। ସେଥିପାଇଁ ପ୍ରଶାସନ ସଜାଗ ରହିବା ପାଇଁ ନିଷ୍ପତ୍ତି ନିଆଯାଇଛି ।