ପୁରୀ: ପୁଣି ଶ୍ରୀମନ୍ଦିରର ଗର୍ଭଗୃହର ଫଟୋ ଭାଇରାଲ ହୋଇଛି । ଗରୁଡସ୍ତମ୍ଭ ପାଖରୁ ଗର୍ଭ ଗୃହର ଫଟୋ ଏବଂ କୀର୍ତ୍ତନ ଚକଡାର ଫଟୋ ଉଠାଯାଇ ଭାଇରାଲ କରାଯାଇଛି । ବାଙ୍କେ ବିହାରୀ ଅନନ୍ତ ନାମକ ଜଣେ ଭକ୍ତ ଏହି ଫଟୋ ନିଜ ଇନଷ୍ଟଗ୍ରାମରେ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ଭକ୍ତଙ୍କ ମହଲରେ ତ୍ରୀବ ଅସନ୍ତୋଷ ପ୍ରକାଶ ପାଇଛି ।
ସମ୍ପୃକ୍ତ ଯୁବକ ଜଣକ ମୋବାଇଲ ଭିତରକୁ ନେଇ ନାଟମଣ୍ଡପରେ ଥାଇ ଫଟୋ ଉଠାଇଥିବା ଜଣାପଡ଼ିଛି । କୀର୍ତ୍ତନ ଚକଡାର ଫଟୋ ସହିତ ପତିତପାବନ ନିକଟରେ ଠିଆ ହୋଇ ଏକ ଫଟୋ ଉଠାଇ ତାକୁ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ତେବେ ଏତେ ସୁରକ୍ଷା ସ୍ୱର୍ତେ କିପରି ମୋବାଇଲ ଭିତରକୁ ନେଲେ ଏବଂ ଫଟୋ ଉଠାଇ ପାରିଲେ, ତାହାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନବାଚୀ ।