ରାୟଗଡ଼ା ଜିଲ୍ଲାର ପଦ୍ମପୁର ସହର ଏକ ପ୍ରମୁଖ ସହରହୋଇଥିବା ବେଳେ ଏହି ସହର ଉପରେ ଆଖ ପାଖ ୪୦ଟି ଗ୍ରାମର ଗ୍ରାମବାସୀ ନିର୍ଭର କରିଥାନ୍ତି।କିନ୍ତୁ ଆଜି ବି ପଦ୍ମପୁର ସହର ଅବହେଳିତ ଅବସ୍ଥାରେ ରହି ଯାଇଛି। ତେବେ ଏହି ସହରରେ ଥିବା ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ହେଉଛି ଏହାର ନିଚ୍ଛକ ଉଦାହରଣ।
୪୦ଟି ଗ୍ରାମର ଗ୍ରାମବାସୀ ଏହି ସହରରେ ନିର୍ଭରଶୀଳ ଥିବା ବେଳେ ପଦ୍ମପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଅବହେଳିତ ହୋଇ ରହିଥିବା ବେଳେ ଏଠାରେ ଅନେକ ଜିନିଷର ଅଭାବ ପରିଲକ୍ଷିତ ହେଉଛି। ୧୧ ଗୋଟି ଡାକ୍ତର ଓ ଷ୍ଟାଫ୍ ନର୍ସ ରହିବା ସ୍ଥାନରେ ୪ ଗୋଟି ଡାକ୍ତର ଓ ୫ ଜଣ ନର୍ସ କାର୍ଯ୍ୟରତ ଅଛନ୍ତି। ଏହା ଫଳରେ ସେଠାରେ ସୁଚାରୁ ରୂପେ ଚିକିତ୍ସା ମିଳିପାରୁନାହିଁ। ସେହିପରି ଆଧୁନିକ ଯନ୍ତ୍ରପାତି ଓ ଉନ୍ନତ ଧରଣର ମେଡିସିନର ଅଭାବ ଥିବାରୁ ରୋଗୀ ବ୍ରହ୍ମପୁର କିମ୍ବା ବିଶାଖାପାଟଣା ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଗତ କିଛି ଦିନ ତଳେ ଚିକିତ୍ସା ଅଭାବରୁ ଏକ ନିରୀହ ଲୋକର ଜୀବନ ଯାଇଥିଲା। ଏହାର କାରଣ ଥିଲା ଡାକ୍ତରଙ୍କ ଅଭାବ। ଘଟଣା ଦିନ ଡାକ୍ତର ଅନ୍ୟ ଏକ ରୋଗୀଙ୍କୁ ଚିକିତ୍ସା କରୁଥିବରୁ ଅନ୍ୟ ରୋଗୀକୁ ଚିକିତ୍ସା କରି ପାରିନଥିଲେ। ଯାହା ଫଳରେ ଅମ୍ଳଜାନ ଅଭାବରୁ ନିରୀହ ଲୋକଟିର ଜୀବନ ଯାଇଥିଲା। ତେବେ ଏହି ଘଟଣା ସମ୍ପର୍କରେ ଅନେକ ଥର ବିଧାୟକ ତଥା ମନ୍ତ୍ରୀ ମାନଙ୍କୁ ଜଣେଇବା ସତ୍ତ୍ୱେ କୌଣସି ଫଳପ୍ରଦ ପଦକ୍ଷେପ ନିଆଯାଇ ନାହିଁ। ଏ ନେଇ ପଦ୍ମପୁର ସହରବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଏହା ଦେଖିବାକୁ ବାକି ରହିଲା ଯେ ସରକାର କେବେ ଏହା ଉପରେ ଦୃଷ୍ଟି ଆକର୍ଷଣ କରୁଛନ୍ତି।
ଅଧିକ ପଢନ୍ତୁ: ବୌଦ୍ଧ ଜିଲ୍ଲାରେ ହୋଲି ପର୍ବ ପାଳିତ