ମଙ୍ଗଳବାର ରଙ୍ଗର ପର୍ବ ହୋଲି ପାଳିତ ହୋଇ ଯାଇଛି। ସାରା ଦେଶରେ ଏହି ପର୍ବକୁ ନିଆରା ଢଙ୍ଗରେ ପାଳନ କରା ଯାଇଛି। ସେହିପରି ଓଡ଼ିଶାରେ ମଧ୍ୟ ପୁରପଲ୍ଲି ଠାରୁ ଆରମ୍ଭ କରି ସବୁ ସ୍ଥାନରେ ଦେଖିବାକୁ ମିଳିଛି ରଙ୍ଗର ଉତ୍ସବ।
ଏହି ଅବସରରେ ବୌଦ୍ଧ ଜିଲ୍ଲାର ପୁର ପଲ୍ଲୀରେ ଆନନ୍ଦ ଉଲ୍ଲାସ ଓ ଶାନ୍ତି ଶୃଙ୍ଖଳା ସହିତ ପାଳିତ ହୋଇଯାଇଛି ବସନ୍ତ ଉତ୍ସବ ଦୋଳ ଓ ରଙ୍ଗର ପର୍ବ ହୋଲିl ବସନ୍ତ ପୂର୍ଣ୍ଣିମାରେ ବୌଦ୍ଧର ବିଭିନ୍ନ ସ୍ଥାନରେ ଅଷ୍ଟପ୍ରହରୀ ନlମଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଭୁ ଶ୍ରୀ ରାଧାକୃଷ୍ଣ ବିମାନରେ ଘରକୁ ଘର ବୁଲି ପୂଜାର୍ଚ୍ଚନା ଗ୍ରହଣ କରିଥଲେ l
ସେହିପରି ମଙ୍ଗଳବାର ହୋଲି ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆବlଳ ବୃଦ୍ଧବନିତା ପରସ୍ପରକୁ ଅବିର ଲଗାଇ ଏହି ପର୍ବ ପାଳନ କରିଥିବା ଦେଖିବାକୁ ମିଳିଥିଲା l
ଏହି ପରିପ୍ରେକ୍ଷୀରେ 'ଖବର ଓଡ଼ିଶା'ର ଲୋକ ହିତକର କାର୍ଯ୍ୟ ପାଇଁ ପ୍ରୟାସକୁ ପ୍ରଶଂସା କରିବା ସହ ଏହାର ଦର୍ଶକଙ୍କୁ ବରିଷ୍ଠ ଆଇନଜୀବି ଶ୍ରୀ ନବ କୁମାର ମିଶ୍ର ଶୁଭେଚ୍ଛା ପ୍ରଦାନ କରିଥିଲେ।
ଅଧିକ ପଢନ୍ତୁ: କୋରାପୁଟରେ ଓଲଟିଲା ବସ : ୧ ମୃତ ,୭ ଗୁରୁତର