ଦେଶର ସର୍ବୋଚ୍ଚ ଗୌରବମୟ ବେସାମରିକ ସମ୍ମାନ ହେଉଛି ପଦ୍ମ ପୁରସ୍କାର। ଆଜି ପଦ୍ମ ବିଜେତାଙ୍କ ପାଇଁ ଏକ ଖୁସିର ଖବର ଆସିଛି। ପଦ୍ମ ବିଜେତାଙ୍କୁ ମାସକୁ ମିଳିବ ୨୫ ହଜାର ଟଙ୍କା ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ତେବେ ଏପ୍ରିଲ ଠାରୁ ଏହି ସମ୍ମାନ ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।
ସୂଚନା ମୁତାବକ , ଚଳିତ ବର୍ଷ ଏପ୍ରିଲ ଠାରୁ ପଦ୍ମ ବିଜେତାଙ୍କୁ ମାସକୁ ମିଳିବ ୨୫ ହଜାର ଟଙ୍କା। ତେବେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ବାବଦରେ ଘୋଷଣା କରିଛନ୍ତି। ପଦ୍ମ ପୁରସ୍କାର ହେଉଛି ଦେଶର ଗୌରବମୟ ବେସାମରିକ ସମ୍ମାନ । ତେବେ ପଦ୍ମ ପୁରସ୍କାର ମୁଖ୍ୟତଃ ବିଭିନ୍ନ କ୍ଷେତ୍ରରେ ଦେଶକୁ ଗୌରବାନ୍ବିତ କରିଥିବା ବ୍ୟକ୍ତିବିଶେଷଙ୍କୁ ମିଳିଥାଏ। ପଦ୍ମ ପୁରସ୍କାରପ୍ରାପ୍ତ କୃତୀ ସନ୍ତାନମାନେ ସେମାନଙ୍କ ପ୍ରତିଭା ଓ ସେବା କାର୍ୟ୍ୟ ଦ୍ୱାରା ଓଡିଶାର ଗୌରବ ବୃଦ୍ଧି କରିଛନ୍ତି। ତେଣୁ ସେମାନଙ୍କୁ ସମ୍ମାନାର୍ଥେ ମାସକୁ ୨୫ ହଜାର ଟଙ୍କା ଲେଖାଏ ଅର୍ଥ ସମ୍ମାନ ରାଶି ପ୍ରଦାନ କରାଯିବ ପାଇଁ ଘୋଷଣା କରାଯାଇଛି।
ଅଧିକ ପଢନ୍ତୁ : ଆଉ ୨୨ ନୂଆ ଏନଏସି ଘୋଷଣା