ରାଜ୍ୟରେ ୨୨ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଏବଂ ଗଞ୍ଜାମର ଭଞ୍ଜନଗର ଏନଏସିକୁ ମ୍ୟୁନିସିପାଲିଟିକୁ ଉନ୍ନୀତ କରାଯିବା ନେଇ ଘୋଷଣା । ଘୋଷଣା ଅନୁଯାୟୀ ବୌଦ୍ଧ ଜିଲ୍ଲାର ମନମୁଣ୍ଡା, ପୁରୁଣା କଟକ ଓ ବାଉଁଶୁଣି , ବଲାଙ୍ଗିର ର ଲୋଇସିଂହା ଓ ସିନ୍ଧେକେଲା, ବରଗଡର ସୋହେଲା, ବାଲେଶ୍ୱର ର ବାଲିଆପାଳ ଓ ଖଇରା, ଭଦ୍ରକର ଧାମରା, ଢେଙ୍କାନାଳର ରାସୋଳ, ଜଗତସିଂହପୁରର କୁଜଙ୍ଗ କଳାହାଣ୍ଡିର ନର୍ଲା, ମଦନପୁର ଓ ରାମପୁର, ଖୋର୍ଦ୍ଧାର ବୋଲଗଡ, ନୟାଗଡ଼ର ଶରଣକୁଳ, ପୁରୀର ସାକ୍ଷୀଗୋପାଳ ଓ କାକଟପୁର ,ସମ୍ବଲପୁର ର ରେଙ୍ଗାଲି ଓ ବାମଣ୍ଡା ଏବଂ ସୁବର୍ଣ୍ଣପୁର ଜିଲ୍ଲାର ସୁବଳୟା ,ଉଲୁଣ୍ଡା ଓ ରାମପୁର ଆଦି ସ୍ଥାନକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ପ୍ରଦାନ ନିମନ୍ତେ ଘୋଷଣା କରାଯାଇଛି ।
ସୂଚନାଯୋଗ୍ୟ ଯେ ଜନସାଧାରଣଙ୍କ ଦାବି, କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି, ଏହି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ପାଇଁ ନିଷ୍ପତ୍ତି ନିଅ ଯାଇଛି । ଫେବ୍ରୁଆରୀ ମାସ ରେ ୩୫ଟି ନୂଆ NAC ଓ ୫ ଟି ନୂଆ ମ୍ୟୁନିସିପାଲିଟି ଗଠନ ବିଷୟ ଘୋଷଣା ହୋଇଥିଲା ।
ଅଧିକ ପଢ଼ନ୍ତୁ : ନିର୍ବାଚନ ପାଇଁ ଓଡ଼ିଶାରେ ୭୫ କମ୍ପାନୀ ସିଏପିଏଫ୍