ମଣିଷ ପାଇଁ ଏକତା ହିଁ ସବୁୁଠାରୁ ବଡ଼ ଶକ୍ତି। ଏହାଦ୍ୱାରା ବିଭିନ୍ନ ସମସ୍ୟାର ସମାଧାନ ସହଜରେ ହୋଇପାରେ। ପ୍ରାକୃତିକ ବିପର୍ଯ୍ୟୟ ହେଉ ଅବା ଦେଶ ଦେଶ ମଧ୍ୟରେ ବିବାଦ ସମସ୍ତ ସମସ୍ୟାର ସହଜ ସମାଧାନ ପାଇଁ ଏକଜୁଟ ହେବା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ବିବଧତା ମଧ୍ୟରେ ଏକତାକୁ ସମ୍ମାନ ଜଣାଇ ପ୍ରତିବର୍ଷ ଡିସେମ୍ବର ୨୦ତାରିଖକୁ ଅନ୍ତର୍ଜାତୀୟ ମାନବ ଏକତା ଦିବସ ଭାବେ ପାଳନ କରାଯାଏ। ମିଳିତ ଜାତିସଂଘ ଏବଂ ଏହାର ସଦସ୍ୟ ରାଷ୍ଟ୍ରଗୁଡ଼ିକ ଏହି ଦିବସ ଉପରେ ଅଧିକ ଗୁରୁତ୍ବାରୋପ କରିଥାଆନ୍ତି।
Read More >