ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଦୁର୍ଗାପୁର ଆଇକ୍ୟୁ ହସ୍ପିଟାଲରେ ପହଞ୍ଚିଛନ୍ତି ଏମ୍ପି ପ୍ରତାପ ଷଡ଼ଙ୍ଗୀ। ତାଙ୍କ ସହ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ବର୍ଯ୍ୟା ବିଶ୍ବାଳ ମଧ୍ୟ ଅଛନ୍ତି। ନନା ପୀଡ଼ିତାଙ୍କ ପରିବାରକୁ ଭେଟି ଆଲୋଚନା କରିଛନ୍ତି। ତେବେ ପଶ୍ଚିମବଙ୍ଗରେ ନନା ପହଞ୍ଚିବା ପରେ ସହ ସେଠାରେ ସୁରକ୍ଷାକର୍ମୀ ତାଙ୍କସହ ଯୁକ୍ତିତର୍କ ଦେଖିବାକୁ ମିଳିଛି।
ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ନଚ୍ଚିମପୁର ଅଞ୍ଚଳର ଜଣେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ହୋଇଛି ଗଣଦୁଷ୍କର୍ମ। ତେବେ ଗୁରୁତର ଅବସ୍ଥାରେ ପୀଡ଼ିତା ମେଡିକାଲ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଚିକିତ୍ସା ଚାଲିଛି। ଘଟଣାସ୍ଥଳରେ ଦୁର୍ଗାପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଜାତୀୟ ମହିଳା କମିଶନ ଟିମ୍ ବି ଘଟଣାସ୍ଥଳ ଅଭିମୁଖେ ଯାଉଥିବା ସୂଚନା ମିଳିଛି।
ଗଣମାଧ୍ୟମ ସୂତ୍ର ଅନୁଯାୟୀ, ଡାକ୍ତରୀ ଛାତ୍ରୀ ଜଣଙ୍କ ତାଙ୍କ ବୟଫ୍ରେଣ୍ଡ ବା ପୁରୁଷବନ୍ଧୁଙ୍କ ସହ ଶୁକ୍ରବାର ରାତିରେ କ୍ୟାମ୍ପସ୍ ବାହାରକୁ ଗୁପ୍ଚୁପ୍ ଖାଇବା ପାଇଁ ଯାଇଥିଲେ। କଲେଜ ଗେଟ୍ ନିକଟରେ ୪ ରୁ ୫ ଜଣ ଅଜ୍ଞାତ ଲୋକ ତାଙ୍କୁ ଛକି ରହିଥିଲେ। ସେ ମେଡିକାଲକୁ ଫେରିବା ସମୟରେ ଟାଣିନେଇ ହସ୍ପିଟାଲ ପଛପଟେ ଏକ ଶୂନଶାନ୍ ସ୍ଥାନରେ ଗଣଦୁଷ୍କର୍ମ କରିଥିଲେ। ପୀଡ଼ିତା ଛାତ୍ରୀଙ୍କୁ ଏବେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା ଚାଲିଛି।