ଚିଲିକା: ଶୀତର ପହିଲି ସ୍ପର୍ଶରେ ଚିଲିକାକୁ ଆସିଲେଣି ନୂଆ ଅତିଥି । ଦେଶବିଦେଶରୁ ଲକ୍ଷଲକ୍ଷ ରଙ୍ଗ ବେରଙ୍ଗର ନାନା ପ୍ରଜାତିର ପକ୍ଷୀ ମାନଙ୍କ କାକଳୀରେ ଚିଲିକା ହେଉଛି ମୁଖରିତ । ଏବେ ଚିଲିକା ପାଲିଟିଛି ଦେଶି ବିଦେଶୀ ପକ୍ଷୀମାଙ୍କ ପାଇଁ ଭୂସ୍ୱର୍ଗ । ଖାସ୍ କରି ଚିଲିକାର ନଳବଣ, ମଙ୍ଗଳାଯୋଡ଼ି, କାଙ୍କଣ ଶିଖରୀ, କଳିଯୁଗେଶ୍ୱର ଓ ଅନ୍ୟ ଅଞ୍ଚଳରେ ଏହି ବିଦେଶୀ ପକ୍ଷୀଙ୍କ ହେଉଛି ସମାଗମ । ପ୍ରତ୍ୟେକ ବର୍ଷ ଶୀତ ଋତୁରେ ବିଭିନ୍ନ ଦେଶରୁ ହଜାର ହଜାର କିଲୋମିଟର ଦୂରରୁ ବିଭିନ୍ନ ପ୍ରଜାତିର ହଜାର ହଜାର ସଂଖ୍ୟାରେ ବିଦେଶୀ ପକ୍ଷୀ ଚିଲିକାକୁ ଆସିଥାଆନ୍ତି । ଚଳିତ ବର୍ଷ ଚିଲିକାରେ ଲକ୍ଷାଧିକ ବିଦେଶୀ ପକ୍ଷୀମାନଙ୍କ ସମାଗମ ହେବ ବୋଲି ଲକ୍ଷ ରଖିଛି ବନ ବିଭାଗ । ଏହାକୁ ଆଖି ଆଗରେ ରଖି ସୁରକ୍ଷାକୁ କଡାକଡି କରାଯାଇଛି ।
ଚିଲିକା ବନଖଣ୍ଡ ବନାଞ୍ଚଳ ବାଲୁଗାଁ କାର୍ଯ୍ୟାଳୟ ତରଫରୁ ବିଭିନ୍ନ ରେଞ୍ଜରେ ପକ୍ଷୀ ସୁରକ୍ଷା ପାଇଁ ୨୧ ଟି ଟିମ୍ ଗଠିତ କରାଯାଇଛି । ଟାଙ୍ଗୀ-୧୧, ରମ୍ଭା-୨, ବାଲୁଗାଁ-୪, ନୂଆପଡା-୨, ସାତପଡା-୨ ସହିତ ଲ୍ୟାଣ୍ଡ ମୋବାଇଲ ଟିମ୍ ସୁରକ୍ଷା ଦିଗରେ ସମଗ୍ର ଚିଲିକାରେ ଘୁରି ବୁଲିବେ। ସେଥିପାଇଁ ଚିଲିକାରେ ପ୍ରସ୍ତୁତ ହୋଇ ରହିଛି ବନ ବିଭାଗ।ପକ୍ଷୀ ସୁରକ୍ଷା ଦିଗରେ ତିଖ୍ନ ନଜର ରଖିଛି ବନ ବିଭାଗ ।
ତେବେ ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ବିଦେଶାଗତ ପକ୍ଷୀଙ୍କ ଚିଲିକାକୁ ଆଗମନ ହୋଇଥାଏ । ଚଳିତ ବର୍ଷ ଅକ୍ଟୋବର ପ୍ରଥମ ସପ୍ତାହରେ ଚିଲିକାକୁ ବିଦେଶାଗତ ଅତିଥିଙ୍କ ଆଗମନ ହୋଇସାରିଲାଣି । ଏହାକୁ ଦୃଷ୍ଟିରେ ରଖି କିପରି ଚଳିତ ବର୍ଷ ଚିଲିକାରେ ବିଦେଶାଗତ ପକ୍ଷୀମାନଙ୍କୁ ସୁରକ୍ଷା ଦିଆଯିବ ସେ ନେଇ ବନ ବିଭାଗର ତତ୍ପରତା ଦେଖାଦେଇଛି ।
ଅଧିକ ପଢନ୍ତୁ: ଆସନ୍ତା ବୁଧବାର ଯାଏଁ ବର୍ଷା ସମ୍ଭାବନା; ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି