ଭୁବନେଶ୍ୱର: ଫେରୁଛି ମୌସୁମୀ । ରାଜ୍ୟରୁ ଦକ୍ଷିଣ- ପଶ୍ଚିମ ମୌସୁମୀ ଫେରିଯିବା ପାଇଁ ପାଗ ଅନୁକୂଳ ରହିଛି । ଏହାର ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ମେଘୁଆ ପାଗ, ଘଡ଼ଘଡ଼ି, ବିଜୁକି ବର୍ଷା ସହ ଘଣ୍ଟାପ୍ରତି ୩୦-୪୦ କିମି ବେଗରେ ପବନ ରହିବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
ଏହାସହ ଆଗାମୀ ୩ ଦିନ ପାଇଁ ମାଲକାନଗିରି , କୋରାପୁଟ, ନବରଂଗପୁର କଳାହାଣ୍ଡି, ଗଜପତି, ଗଂଜାମ ,କନ୍ଧମାଳ ଓ ରାୟଗଡ଼ାରେ ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷାକୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ତେବେ ମୟୂରଭଞ୍ଜ , କେନ୍ଦୁଝର, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ଓ ସୁନ୍ଦରଗଡର କିଛି କିଛି ଜିଲ୍ଲାରୁ ମୌସୁମୀ ବିଦାୟ ନେଇଛି । ଆଗାମୀ ୨ରୁ ୩ ଦିନ ମଧ୍ୟରେ ଆଉ କିଛି ଜିଲ୍ଲାରୁ ମୌସୁମୀ ଫେରିବା ପାଇଁ ପାଗ ଅନୁକୂଳ ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଅଧିକ ପଢନ୍ତୁ: ମହିଳା ଚଲାଇବେ ଟ୍ୟାକ୍ସି: “ଆମ ସୁବାହକ” ଯୋଜନାରେ ମିଳିବ ୧୦ ଲକ୍ଷ ଟଙ୍କା ଋଣ