ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜିରେ ଭୀମସାର ଡାକ୍ତରୀ ଛାତ୍ରଙ୍କୁ ଆକ୍ରମଣ କରାଯାଇଛି । ଏମକେସିଜିର ଛାତ୍ର ଭୀମସାର ଛାତ୍ରମାନଙ୍କୁ ମାଡପିଟ କରି ଲହୁ ଲୁହାଣ କରିଛନ୍ତି ।
ସୂଚନା ଅନୁସାରେ, ଭୀମସାର ଛାତ୍ରମାନେ କୌଣସି ଏକ ସ୍ପୋର୍ଟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବ୍ରହ୍ମପୁର ଯାଇଥିଲେ । ଏହି ସମୟରେ କୌଣସି କାରଣରୁ ସେମାନଙ୍କ ମଧ୍ୟରେ ମାଡ଼ପିଟ ପରେ ଅନେକ ଛାତ୍ର ରକ୍ତାକ୍ତ ମଧ୍ୟ ହୋଇଥିଲେ । ବ୍ରହ୍ମପୁର ଏମକେସିଜି ସୁରକ୍ଷିତ ନୁହେଁ ବୋଲି ଭୀମସାର ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଯୋଗ ନ ଦେଇ ଫେରି ଆସିଥିଲେ । ଏହି ମାଡପିଟ ଘଟଣାରେ ଭୀମସାରର ଅନେକ ଛାତ୍ର ଆହତ ହୋଇଛନ୍ତି । ଏହି ଘଟଣାରେ ମାଡ ମାରି ବସର କାଚ ମଧ୍ୟ ଭାଙ୍ଗି ଦିଆଯାଇଛି । ତେବେ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତଦନ୍ତ କରାଯିବ ବୋଲି ରେଜିଷ୍ଟ୍ରାର କହିଛନ୍ତି । ତେବେ କିଛି ବର୍ଷ ପୂର୍ବରୁ ବୁର୍ଲା ଭୀମସାରରେ ମଧ୍ୟ ଏମକେସିଜି ଛାତ୍ରଙ୍କ ପକ୍ଷରୁ ମାଡ଼ ମରାଯାଇଥିଲା ।