ସମ୍ବଲପୁର : ତାମିଲନାଡୁରେ କଫସିରଫ ପିଇ ଅନେକ ଛୋଟ ପିଲାଙ୍କ ମୃତ୍ୟୁ ପରେ ଓଡ଼ିଶା ପୋଲିସ ମଧ୍ଯ ସଜାଗ ହୋଇଯାଇଛି । ଆଜି ସମ୍ବଲପୁର ପୋଲିସ ଏକ ବଡ଼ ଧରଣର ଚଢାଉ କରି ୫ହଜାର ଶହେ ବୋତଲ ବେଆଇନ କଫ ସିରଫ ସହ ୨୦ ଜଣଙ୍କୁ ଧରିବାରେ ସଫଳ ହୋଇଛି । ୫୧୦୦ ବୋତଲ କୋରେକ୍ସ କଫ ସିରଫ ବରେଇପାଲି ପୋଲିସ ଜବତ କରି ୨୦ ଜଣଙ୍କୁ ଗିରଫ କରିଛି ।
ସୂଚନା ଅନୁଯାୟୀ କଟକରୁ ସମ୍ବଲପୁରକୁ ପିକଅପରେ ଏହି ସବୁ କୋରେକ୍ସ ଆସିଥିବା ବେଳେ ପୋଲିସ ପିକଅପ ସହ କୋରେକ୍ସ ସବୁ ଧରିବାରେ ସଫଳ ହୋଇଛି l ତେବେ କୋରେକ୍ସ ଭର୍ତ୍ତି ପିକଅପ ଭ୍ଯାନକୁ ଗୋଟିଏ କାର୍ ଏସକର୍ଟ କରୁଥିବା ବେଳେ କାର୍ ମଧ୍ଯ ଜବତ ହୋଇଛି l ଗିରଫ ୨୦ ଜଣଙ୍କ ମଧ୍ଯରୁ ୫ ଜଣ ବ୍ଯକ୍ତି ମୁଖ୍ଯ କାର୍ପଟଦାର ବୋଲି ସମ୍ବଲପୁର ଏସପି କହିଛନ୍ତି । ତେବେ କେବଳ ଆଇନଗତ କାର୍ଯ୍ଯାନୁଷ୍ଠାନ ନୁହେଁ ବରଂ ଏମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସମ୍ବଲପୁର ଏସପି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।