ପୁରୀ : ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ୍ ଫୋନ୍। କୌଣସି ପୋଲିସ କିମ୍ବା ସେବାୟତ ମଧ୍ଯ ମନ୍ଦିର ପରିସର ମଧ୍ଯକୁ ନେଇ ପାରିବେନି ମୋବଇଲ୍ । ଖୁବଶୀଘ୍ର ୱାକିଟକି ବ୍ୟବସ୍ଥା ହେବ ବୋଲି ସୂଚନା ଦେଇଛନ୍ତି ସୁରକ୍ଷା ସବକମିଟି ମୁଖ୍ୟ ଗିରୀଶ ଚନ୍ଦ୍ର ମୁର୍ମୁ । ଆଜି ସବ କମିଟି ବୈଠକ ପରେ ସୁରକ୍ଷା ପାଇଁ ସବକମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ସୁରକ୍ଷା ସବକମିଟି ମୁଖ୍ୟ କହିଛନ୍ତି ଯେ ଶ୍ରୀମନ୍ଦିର ଭିତର ଓ ବାହାର ସୁରକ୍ଷା ନେଇ ଆଲୋଚନା ହୋଇଛି । କେତେକ ଜିନିଷ ନିଜକୁ କରିବାକୁ ହେବ, ଆଉ କିଛି ସରକାର କରିବେ । କାହାକୁ ହଇରାଣ କରିବାକୁ ନୁହେଁ କେବଳ ଏହି ନିୟମ ସବୁ ଶ୍ରୀମନ୍ଦିର ସୁରକ୍ଷା ପାଇଁ ହେବ । ଅନ୍ୟ ମନ୍ଦିରର ସୁରକ୍ଷା ଅନୁଧ୍ୟାନ କରି ନିଷ୍ପତ୍ତି ନେବୁ।