ପଶ୍ଚିମବଙ୍ଗର ଦୁର୍ଗାପୁରରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଓଡ଼ିଆ ଡାକ୍ତରୀ ଛାତ୍ରୀ ତାଙ୍କ ସହିତ ଘଟିଥିବା ଯନ୍ତ୍ରଣାଦାୟକ ଅନୁଭୂତି ବଖାଣିଛନ୍ତି I ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୀଡିତା ତାଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କୁ କହିଥିଲେ, "ଆମେ ଆସିବା ସମୟରେ ସେମାନେ ଆମ ପଛେ ପଛେ ଆସୁଥିଲେ, ତେବେ ଆମେ ଜଙ୍ଗଲ ଆଡକୁ ଦୌଡ଼ିବାକୁ ଲାଗିଲୁ, ସେମାନେ ବି ଆମ ପଛରେ ଗାଡ଼ି ଛାଡ଼ି ଦୌଡିଲେI ତା'ପରେ ସେମାନଙ୍କ ମଧ୍ଯରୁ ତିନିଜଣ ଆମ ପଛରେ ଦୌଡ଼ି ମୋତେ ଧରି ଜଙ୍ଗଲକୁ ଟାଣି ନେଇଥିଲେ।" ଅଭିଯୁକ୍ତମାନେ ତାଙ୍କ ଫୋନ୍ ଛଡ଼ାଇ ନେଇଥିବା କହିଛନ୍ତି
ରିପୋର୍ଟ ଅନୁସାରେ, ପୀଡିତା ଡାକ୍ତରଙ୍କୁ କହିଥିଲେ, "ସେମାନେ ମୋତେ ପଛରୁ ଧରିଲେ, ମୋ ଫୋନ୍ ଛଡ଼ାଇ ନେଲେ, ଏବଂ ମୋ ବନ୍ଧୁଙ୍କୁ ଫୋନ୍ କରିବାକୁ କହିଲେ I ଯେତେବେଳେ ସେ ଆସିଲା ନାହିଁ, ସେମାନେ ମୋ ସାଥିରେ ଅସଦାଚରଣ କରିବା ଆରମ୍ଭ କଲେ, ମୁଁ ଚିତ୍କାର କରିବାରୁ, ସେମାନେ ଚୁପ ରହିବାକୁ କହିଲେ, ନଚେତ ଆହୁରି ଅଧିକ ଲୋକଙ୍କୁ ଆଣି ମୋର ଦୁଷ୍କର୍ମ କରାଯିବନେଇ ଧମକ ଦେଲେ I
ଶୁକ୍ରବାର ରାତିରେ ଓଡ଼ିଶାର ଜଳେଶ୍ବରର ଜଣେ ୨୩ ବର୍ଷୀୟା ଦ୍ଵିତୀୟ ବର୍ଷର ଡାକ୍ତରୀ ଛାତ୍ରୀଙ୍କୁ ତାଙ୍କ ଘରୋଇ ମେଡିକାଲ କଲେଜ କ୍ୟାମ୍ପସ ବାହାରେ ଗଣବଳାତ୍କାର କରାଯାଇଥିଲା I ସେ ଜଣେ ବନ୍ଧୁଙ୍କ ସହ ରାତ୍ରୀଭୋଜନ କରିବାକୁ ଯାଇଥିବା ବେଳେ କିଛି ଲୋକ ସେମାନଙ୍କୁ ଆକ୍ରମଣ କରିଥିଲେ। ଏପର୍ଯ୍ୟନ୍ତ ଗିରଫ ହୋଇଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ଜଣେ ପୂର୍ବତନ କଲେଜ ସୁରକ୍ଷା କର୍ମୀ, ଅନ୍ୟ ଜଣେ ହସ୍ପିଟାଲରେ କାର୍ଯ୍ୟ କରନ୍ତି, ଜଣେ ସ୍ଥାନୀୟ ପୌର ସଂସ୍ଥାରେ ଅସ୍ଥାୟୀ ଭାବରେ ନିଯୁକ୍ତି କର୍ମଚାରୀ ଏବଂ ଜଣେ ବେକାରୀ ମଧ୍ୟ ସାମିଲ ଅଛନ୍ତି।