ଭୁବନେଶ୍ୱର : ଚାଲିଛି ଧର୍ମର ମାସ କାର୍ତ୍ତିକ। ଏହି ଧାର୍ମିକ ମାସରେ ସାଧା ଖାଇବାର ପରମ୍ପରା ରହିଥିବା ବେଳେ ବର୍ଦ୍ଧିତ ପରିବା ଦର ଖାଉଟିଙ୍କ ମାସିକ ବଜେଟକୁ ବେଶ୍ ପ୍ରଭାବିତ କରିଛି । ଯେଉଁ ପରିବା ଦର ଗତକିଛି ଦିନ ପୂର୍ବରୁ ସ୍ୱାଭାବିକ ଥିଲା, ତାହା ଏବେ ବହୁ ମାତ୍ରାରେ ବୃଦ୍ଧି ପାଇଛି ।କାର୍ତ୍ତିକ ମାସରେ ବିଭିନ୍ନ କଞ୍ଚା ପନିପରିବାର ବେଶ୍ ଚାହିଦା ରହିଥିବା ବେଳେ ଦର ଏବେ ଆକାଶ ଛୁଆଁ ହୋଇଛି । ସ୍ଥିତି ଏପରି ହୋଇଛି କି ଜଣେ ସାଧାରଣ ଲୋକଙ୍କ ପାଇଁ ପରିବାର ପ୍ରତିପୋଷଣ କରିବା କାଠିକର ପାଠ ହୋଇପଡିଛି ।
କଟକ ଏବଂ ଭୁବନେଶ୍ବରରେ ଗତ ସପ୍ତାହ ପୂର୍ବରୁ ଯେଉଁ ପରିବା ଦର ୨୦ ରୁ ୩୦ ଟଙ୍କାରେ ବିକ୍ରି ହେଉଥିଲା, ତାହା ଏବେ କିଲୋ ପ୍ରତି ୫୦ରୁ ୬୦ ଟଙ୍କାରେ ବିକ୍ରୀ ହେଉଛି । ଯାହାକୁ ନେଇ ଖାଉଟିଙ୍କ ଚିନ୍ତା ଦ୍ବିଗୁଣିତ ହୋଇଛି। କିଲୋ ପ୍ରତି ୫୦ ଟଙ୍କା ତଳକୁ କିଛି ପରିବା ନାହିଁ । ସାଧାରଣ କୁନ୍ଦୁରୀ ଆଉ କଲରା ,ଜହ୍ନି ଭଳି ପରିବା ଦର ମଧ୍ୟ ୫୦-୬୦ ଟଙ୍କାରେ ବିକ୍ରି ହେଉଛି।
ରାଜଧାନୀର ଏକ ନମ୍ବର ପରିବା ହାଟରେ ହବିଷ ପରିବା ଦର ଆକାଶଛୁଆଁ ଥିବା ବେଳେ ଲୋକମାନେ କମ ପରିବା କିଣି ନେବାକୁ ବାଧ୍ୟ ହେଉଛନ୍ତି। ପାଞ୍ଚ ସହ ଟଙ୍କାରେ ପରିବା ଆଣିଲେ ବି ବ୍ଯାଗ ପୁରୁ ନାହିଁ। ଯାହାକୁ ନେଇ ଖାଉଟି ଚିନ୍ତାରେ ପଡିଛନ୍ତି।