ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ସମୟରେ ଆରବ ସାଗର ସମୟରେ ଭାରତୀୟ ନୌସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲା । ଯଦି ପାକିସ୍ତାନ ପଛକୁ ହଟିବାକୁ ମନା କରିଥାଆନ୍ତା ତାହା ହେଲେ ପରିଣାମ ଭୋଗିଥାଆନ୍ତା । ଆଜି ପୁଣି ଥରେ ଅପରେସନ୍ ସିନ୍ଦୂରର ନୂତନ ଖୁଲାସା କରିଛନ୍ତି ଭାରତୀୟ ସେନା ନିର୍ଦ୍ଦେଶକ (ଡିଜିଏମଓ) ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ।
ମଙ୍ଗଳବାର ଦିନ କହିଛନ୍ତି ଯେ ମେ ମାସରେ ଚାରି ଦିନିଆ ସାମରିକ ସଂଘର୍ଷ ସମୟରେ ଭାରତୀୟ ନୌସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲା। ସେ କହିଛନ୍ତି ଯେ ପରିସ୍ଥିତି ଖରାପ ହେଉଥିବା ଦେଖି ପାକିସ୍ତାନ ନିଜେ ଯୁଦ୍ଧବିରତି ପାଇଁ ଆହ୍ୱାନ ଦେଇଥିଲା।
ଜାତିସଂଘ ସୈନ୍ୟ ଯୋଗଦାନକାରୀ ଦେଶ (ୟୁଏନଟିସି) ମୁଖ୍ୟଙ୍କ ସମ୍ମିଳନୀରେ ଡିଜିଏମ୍ଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ଯୋଗଦେଇ ଅଭିଭାଷଣ ରଖିଛନ୍ତି । ଡିଜିଏମ୍ଓ କହିଛନ୍ତି, "ଭାରତୀୟ ନୌସେନା ସମ୍ପୂର୍ଣ୍ଣ ସକ୍ରିୟ ଥିଲା। ନୌସେନା ଆରବ ସାଗରରେ ପହଞ୍ଚି ସାରିଥିଲା ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ଥିଲା ବୋଲି ହୁଏତ କମ୍ ଲୋକ ଜାଣିଥିବେ।" ଯଦି ପାକିସ୍ତାନ ପଛକୁ ହଟିବାକୁ ମନା କରିଥାନ୍ତା, ତେବେ ପରିଣାମ ବିନାଶକାରୀ ହୋଇଥାଆନ୍ତା । ପରିସ୍ଥିତି ଖରାପ ହେଉଥିବା ଦେଖି ପାକିସ୍ତାନ ନିଜେ ଯୁଦ୍ଧବିରତି ପାଇଁ ଆହ୍ୱାନ ଦେଇଥିଲା ।
ଡିଜିଏମ୍ଓ ଆହୁରି କହିଛନ୍ତି, "ଯଦି ଶତ୍ରୁ ପରିସ୍ଥିତିକୁ ଆହୁରି ଜଟିଳ କରିଥାନ୍ତା, ତେବେ ଏହାକୁ କେବଳ ସମୁଦ୍ରରୁ ନୁହେଁ ବରଂ ବିଭିନ୍ନ ମୋର୍ଚ୍ଚାରୁ ମଧ୍ୟ ଜବାବର ସମ୍ମୁଖୀନ ହେବାକୁ ପଡ଼ିଥାନ୍ତା।" ୨୨ ଏପ୍ରିଲରୁ ୬-୭ ମଇ ରାତି ପର୍ଯ୍ୟନ୍ତ, ଭାରତ ଶତ୍ରୁକୁ ନିୟନ୍ତ୍ରଣରେ ରଖିବା ପାଇଁ ସୀମାରେ ଯୋଜନା ପ୍ରସ୍ତୁତି କରିଥିଲା ଏବଂ ସତର୍କତା ଅବଲମ୍ବନ କରାଯାଇଥିଲା ।
ବାୟୁସେନା ଏବଂ ସରକାରୀ ସଂସ୍ଥାଗୁଡ଼ିକ ସମ୍ପୂର୍ଣ୍ଣ ସମନ୍ୱୟରେ ଏକଜୁଟ ହୋଇ କାମ କରୁଥିଲେ। ଏହା ବ୍ୟତୀତ, ଭାରତ ସୂଚନା ଯୁଦ୍ଧ ମୋର୍ଚ୍ଚାରେ ମଧ୍ୟ ସକ୍ରିୟ ଥିଲା। ଭାରତର ରଣନୀତିରେ ଏବେ ଏକ ବଡ଼ ପରିବର୍ତ୍ତନ ଆସିଛି ବୋଲି ରେପ୍ଟନାଣ୍ଟା ଜେନେରାଲ ଘାଇ କହିଛନ୍ତି ।