ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ପୋଲିସ ସନ୍ଦେହ ଘେରକୁ ଏକ ଦାମୀ କାର୍ ସାମ୍ନାକୁ ଆସିଛି । ମାମଲାରେ ୫୦ରୁ ଅଧିକ ଲୋକଙ୍କ ଜେରା କରାଯାଇଛି । ସେମାନେ ସେହି ସମୟରେ ଘଟଣା ସ୍ଥଳରେ କଣ କରୁଥିଲେ ପଚରାଉଚରା କରାଯାଇଛି । ପ୍ରାୟ ୭ରୁ୮ ଜଣ ଜଣ ସନ୍ଦେହ ଘେରକୁ ଆସିଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ୍. ।
ଏସପି କହିଛନ୍ତି ପୀତବାସଙ୍କ ପଣ୍ଡାଙ୍କ ଦେହରୁ ବାହାରିଥିବା ଖୋକାକୁ ପରୀକ୍ଷା ପାଇଁ ପଠାଯାଇଛି। କେଉଁ ଭଳି ବନ୍ଧୁକ ବ୍ୟବହାର ହୋଇଥିଲା ତାହା ସ୍ପଷ୍ଟ ହେବ । ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ସାଇଣ୍ଟିଫିକ୍ ଟିମର ରିପୋର୍ଟ ମିଳିଛି । ସେହିପରି ଏକାଧିକ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଇଛି । ପୀତବାସ ପଣ୍ଡା ସେହିଦିନ ତାଙ୍କ କାର୍ଯ୍ୟାଳୟରୁ ବାହାରି କେଉଁ କେଉଁ ରାସ୍ତା ଦେଇ ଯାଇଛନ୍ତି, ତାହାର ରିପୋର୍ଟ ହସ୍ତଗତ ହୋଇଛି । ଏହା ସହିତ ସେହି ସମୟରେ କିଛି ଲୋକଙ୍କ ଚଳପ୍ରଚଳ ନେଇ ପଚରାଉଚରା କରାଯାଉଛି । ଯେତେବେଳେ ଶତ ପ୍ରତିଶତ ସନ୍ଦେହ ଦୃଢ଼ୀଭୂତ ହେବ ସେତେବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ତଦନ୍ତ ବେଳେ ଏକ ଦାମୀ ଏକ୍ସୟୁଭି କାର୍ ମଧ୍ୟ ସନ୍ଦେହ ଘେରକୁ ଆସିଛି । ଉକ୍ତ ଗାଡ଼ିକୁ ଜବତ କରାଯାଇଛି । ସେହି ଗାଡ଼ିରେ ଯେଉଁମାନେ ଥିଲେ ସେମାନଙ୍କୁ ଡକାଯାଇଛି । ଏହା ସହିତ ଯେଉଁମାନେ ଉଦ୍ଧାର କରିଥିଲେ ଏପରିଭାବେ ପାଖାପାଖି ୫୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ପଚରଉଚରା କରାଯାଉଥିବାବେଳେ ୭ରୁ୮ ଜଣ ସନ୍ଦେହ ଘେରରେ ରହିଛନ୍ତି । କାରରେ ଥିବା ବ୍ୟକ୍ତିମାନଙ୍କୁ ଅଧିକ ପଚରାଉଚରା କରାଯାଉଛି । ଅନେକ ସୁରାକ ମିଳିଛି, ତଦନ୍ତ ଚାଲି ରହିଥିବାରୁ ତେଣୁ ଉକ୍ତ ବ୍ୟକ୍ତିଙ୍କ ପରିଚୟ ଦେବାକୁ ଏବଂ ଅଧିକ ତଥ୍ୟ ଦେବାକୁ ଏସପି ମନା କରି ଦେଇଛନ୍ତି । ଖୁବଶୀଘ୍ର ନିଷ୍କର୍ଷରେ ପହଁଞ୍ଚିବେ ବୋଲି ଏସପି ଆଶାବ୍ୟକ୍ତ କରିଛନ୍ତି ।