ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ଜାତୀୟ ରାଜପଥ ପାଇନ ଜଙ୍ଗଲରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ପୋଲିସକୁ ସଫଳତା ମିଳିଛି । ଜୟପୁର ପୋଲିସ ଦ୍ୱିତୀୟ ଏବଂ ତୃତୀୟ ଅଭିଯୁକ୍ତକୁ ଗିରଫ କରିଛି । ଫଳରେ ଗିରଫଦାରୀ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି । ମୁଖ୍ୟ ଅଭିଯୁକ୍ତ ଜୟପୁର ସଦରର ବରୁଣ ହିଆଲ୍। ଅନ୍ୟ ଅଭିଯୁକ୍ତ ହେଲେ ନବରଙ୍ଗପୁରର ସୁରେନ୍ଦ୍ର ହରିଜନ ଏବଂ ଜୟପୁର ସଦର ଅଂଚଳର ସନ୍ୟାସୀ ଗମାଙ୍ଗ।
ଗତ ୫ ତାରିଖ ଦିନ କୋରାପୁଟ-ଜୟପୁର ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ପାଇନ୍ ଜଙ୍ଗଲକୁ ଜଣେ ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ବୁଲିବାକୁ ଯାଇଥିଲେ । ସେଠାରେ ଫଟୋ ସୁଟିଂ କରୁଥିବାବେଳେ ତିନି ଜଣ ଅସମାଜିକ ଯୁବକ ତାଙ୍କୁ ଛୁରୀ ଦେଖାଇ ପ୍ରଥମେ ଭୟଭୀତ କରିଥିଲେ । ଏହା ପରେ ପୁରୁଷ ବନ୍ଧୁଙ୍କ ସାମ୍ନାରେ ଯୁବତୀଙ୍କୁ ଗଣବଳାତ୍କାର କରିଥିଲେ ।
ଏହି ମାମଲାରେ ପୂର୍ବରୁ ପୋଲିସ ଜଣଙ୍କୁ ଗିରଫ କରିଥିଲା । ଏହା ପରେ ଆଜି ଆଉ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।